ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବଧର୍ମ ସମନ୍ଵୟ ଏବଂ ସର୍ବ ସଂସ୍କୃତି ସମ୍ପନ୍ନ ଭାରତ ବର୍ଷ । ପ୍ରତିଦିନ ପ୍ରତି ଅଞ୍ଚଳରେ ଅନ୍ୟ ଅନ୍ୟ ଲୋକଙ୍କ ଅନନ୍ୟ ପରମ୍ପରା ସଂସ୍କୃତି ଓ ଭାବର ଆଦାନ ପ୍ରଦାନରେ ଉତ୍ସବ ମୁଖର ହୋଇଥାଏ ସାରା ଦେଶ । ସେହିପରି ଆଜି ମକର ସଂକ୍ରାନ୍ତିର ଉତ୍ସବ ମାନୁଛନ୍ତି ବିଭିନ୍ନ କ୍ଷେତ୍ରର ଲୋକେ । ପଦ୍ମପୁର ମା’ ଦାକ୍ଷିଣ କାଳୀଙ୍କ ମନ୍ଦିରରେ ମକର ସଂକ୍ରାନ୍ତି ପାଇଁ ଖୁବ୍ ଭିଡ । ମା’ଙ୍କ ସଜ୍ଞାରେ ଦର୍ଶନ ମାତ୍ରେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି କୁହନ୍ତି ଲୋକେ । ତେବେ ପ୍ରତି ସଂକ୍ରାନ୍ତିରେ ମା’ଙ୍କ ମନ୍ଦିରରେ ଭକ୍ତ ମାନସୀ ଥିବା ସମସ୍ତେ ଭୋଗ ଅର୍ପଣ କରିଥାନ୍ତି । ଏହା ସହ ଦର୍ଶନ ପାଇଁ ଆସୁଥିବ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ତରଫରୁ ଅର୍ଣ୍ଣ ଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ମା’ଙ୍କ ଆଶୀର୍ବାଦ ଏବଂ ଶ୍ରଦ୍ଧାଳୁଙ୍କ ଭକ୍ତିରେ ଆରମ୍ଭ ହୋଇଥିବା ଏହି ଅର୍ଣ୍ଣ ପ୍ରସାଦ ଛତ୍ର ପ୍ରତି ପ୍ରତି ସଂକ୍ରାନ୍ତିରେ ଭକ୍ତଙ୍କର ସମାଗମ ବଢିବାରେ ଲାଗିଛି । ତେବେ ମା’ଙ୍କ ଆଶୀର୍ବାଦର ଛତ୍ର ସମସ୍ତଙ୍କ ପାଇଁ ପ୍ରତି ସଂକ୍ରାନ୍ତିରେ ଖୋଲା ରହୁଥିବା ମନ୍ଦିର ତଥା ସ୍ୱତଃ ଯୋଗଦାନ ଦେଉଥିବା ଭକ୍ତଙ୍କ ପାଇଁ ସବୁବେଳେ ଭରି ରହିଥାଉ ବୋଲି ସମସ୍ତଙ୍କ ମନରେ ପ୍ରାର୍ଥନା ।