ବଲାଙ୍ଗିର କୁବେର ସମାଜ ତରଫରୁ ନୂଆଁଖାଇ ଜୁହାର ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୁବେର ସମାଜ ତରଫରୁ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ପାଖ ଲକି ମେରେଜ ମଣ୍ଡପଠାରେ ନୂଆଁଖାଇ ଜୁହାର ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସାଈ ସଭାପତି ପ୍ରଦୀପ ସାହୁ ଭାଗବତ ପୂଜନ କରି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିଶୁ କଳାକାର ଅଦ୍ଵୈତ ସାହୁଙ୍କ ତବଲା ବାଦନ କରିଥିଲେ, ପରେ ଅନେକ ନୃତ୍ୟ ଗୀତ ପରିବେଷଣ ହୋଇଥିଲା । ମାତୃ ମଞ୍ଚ ସଦସ୍ୟଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇ ଶେଷରେ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । ଆଗାମୀ ଡ଼ିସେମ୍ବରରେ ୨୨, ୨୩ ଏବଂ ୨୪ ତିନି ଦିନ ଧରି ବଲାଙ୍ଗିରରେ ହେବାକୁ ଥିବା ମହାସଭାର ପ୍ରାକ୍‌ ପ୍ରସ୍ତୁତି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବା ଉଦ୍ୟୋକ୍ତା ଦ୍ୱୟ ଭାଗ୍ୟବାନ ସାହୁ ଏବଂ ଅଭିମନ୍ୟୁ ପୃଷ୍ଟିଙ୍କୁ ଶେଷରେ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.