ଦୋହେଲପଡା ଠାରେ ସୁବର୍ଣ୍ଣଗ୍ରାହୀ ଶୁଣ୍ଢି ସମାଜର ନୂଆଁଖାଇ ଭେଟଘାଟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀରାମ ଗ୍ରାମ ନିକଟସ୍ଥ ଦୋହେଲପଡା ଗ୍ରାମରେ ସୁବର୍ଣ୍ଣଗ୍ରାହୀ ଶୁଣ୍ଢି ସମାଜର କୁଳପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇଷ୍ଟଦେବୀ ମା’ ସୁବର୍ଣ୍ଣଗ୍ରାହୀଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ମା’ମାନେ ବିରାଟ କଳସ ଶୋଭାଯାତ୍ରାରେ ବାହାରି ଥିଲେ । ଓଡିଶାର କୋଣ ଅନୁକୋଣ ତଥା ଛତିଶଗଡ଼ ପ୍ରାନ୍ତରୁ ସମାଜର ଶହ ଶହ ଲୋକ ଆସି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶିକ୍ଷାର ଉନ୍ନତି ସହିତ ଯୁବବର୍ଗ ଓ ନାରୀଶକ୍ତି ଆଗେଇଲେ ହିଁ ସମାଜର ଉନ୍ନତି ହେବ ବୋଲି ମଂଚାସୀନ ବ୍ୟକ୍ତିମାନେ ନିଜର ମତ ରଖିଥିଲେ । ପରମ୍ପରା ତଥା ସାମାଜିକ ରୀତିନୀତି ଆନୁଯାୟୀ ଉପସ୍ଥିତ ସମସ୍ତେ ଏକ ହୋଇ ନବାନ୍ନ ଭକ୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜର ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.