oom

ପରବାସୀ କୁଟୁମ ଓ ଉତାଲଗଡର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରବାସୀ କୁଟୁମ ଓ ଉତାଲଗଡ ନାଟ୍ୟ ସଂସଦର ମିଳିତ ଆୟୋଜନରେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ସ୍ଥିତ ଖଗେଶ୍ୱର ମଣ୍ଡପଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ରବିବାର ସକାଳେ ସାଂସ୍କୃତିକ ଶୋଭାଯାତ୍ରା ଗ୍ରାମ ପରିକ୍ରମା ପରେ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କପିଳେଶ୍ୱର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ଡ.ହଲଧର ନାଗ, ନାଟ୍ୟକାର କେଶରଂଜନ ପଧାନ, ଗବେଷକ ଉତ୍ପନ୍ନ ଭୋଇ, ଡ.ସୁବାସ ମେହେର, ସାହିତିକ ଅଶୋକ ପୁଜାହାରୀ, ଶିକ୍ଷାବିତ୍‌ ସୋମନାଥ ପଧାନ, ପରବାସୀ କୁଟୁମର ସଂପାଦକ ଡ.ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ସଂଗଠକ ସପନ ମିଶ୍ର, ମୋହନ ସିଂହ କହ୍ନେଇ, ଉତାଲଗଡ ସଭାପତି ସର୍ଜନ ପଧାନ, ପୂର୍ବତନ ସଭାପତି ହୃଦମଣି ସାହୁ ପ୍ରମୁଖ ଅତିଥି ଭାବରେ ଏବଁ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁଶାନ୍ତ ମିଶ୍ର ସଂଚାଳନ କରିଥିଲେ । ଚଳିତ ବର୍ଷ ସାହିତ୍ୟରେ ବରଗଡରୁ ଶିବଶଙ୍କର ପୁଝାରୀ, ସାହିତ୍ୟ ଅନୁଷ୍ଠାନ ଭାବରେ ବଲାଙ୍ଗିରର ତହଁକ ଅନୁଷ୍ଠାନ, ସମାଜସେବାରେ ବରଗଡର ସଙ୍କଳ୍ପ ପରିବାର, କଳାରେ ଭବାନୀପାଟଣାରୁ ପରମେଶ୍ୱର ମୁଣ୍ଡ, ଚାଷରେ ନୂଆପଡାରୁ ଇନ୍ଦ୍ରମଣି ପାଣିଗ୍ରାହୀ ଓ ଯୁବ ପ୍ରତିଭା ବଲାଙ୍ଗିରରୁ ସୁଜିତ କୁମାର ଶତପଥୀଙ୍କୁ ପରବାସୀ ସମ୍ମାନ ଏବଂ ସମ୍ବଲପୁରରୁ ରତନ କୁମାର ପୁଜାହାରୀଙ୍କୁ ସଂଜୀବ ବଣିଆଁ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପଶ୍ଚିମ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କବିମାନେ କବିତା ଆବୃତି କରିଥିଲେ । କବିତା ଆସରକୁ କବୟିତ୍ରୀ ସଂଗୀତା ଷଢଙ୍ଗୀ, ଆରତୀ ସାହୁ, ଆଶୁତୋଷ ମେହେର ଓ ଆଶୁତୋଷ ମହାପାତ୍ର ସଂଯୋଜନା କରିଥିଲେ । ଏହି ଅବସରରେ ବହିପସରା, ବାଲୁକା ଶିଳ୍ପୀ, ଟେରାକୋଟା ଶିଳ୍ପ, ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ ମଧ୍ୟରେ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ବୃକ୍ଷ ରୋପଣ ଏବଂ ବୃକ୍ଷ ବଣ୍ଟନ କରାଯାଇଥିଲା । ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଉମାକାନ୍ତ ଭୋଇ, ସୁଶାନ୍ତ ପଧାନ, ଗଣେଶ ମେହେର, ବିବେକା ପଦାନ ପ୍ରମୁଖ ସାଂସ୍କୃତିକ ତଥା ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଉଭୟ ଅନୁଷ୍ଠାନର ସଦସ୍ୟ ତଥା ଗ୍ରାମବାସୀବୃନ୍ଦ ସହଯୋଗ କରିଥିଲେ । ଶେଷରେ ଉମେଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.