ବଲାଙ୍ଗିର ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନସେବା ଦିବସ ଅବସରରେ ଆୟୋଜିତ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହରେ ହିତାଧିକାରୀଙ୍କୁ ବଦ୍ଧିତ ଭତ୍ତା ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର ଯୋଗଦେଇଥିଲେ । ବୃଦ୍ଧବୃଦ୍ଧା ପରିବାରର ସ୍ତମ୍ଭ ତଥା ସମାଜର ଦମ୍ଭ ବୋଲି କହିବା ସହ ଅବଶିଷ୍ଟ ଯୋଗ୍ୟ ବ୍ୟକ୍ତିମାନଙ୍କୁ ବଦ୍ଧିତ ଭତ୍ତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଅସ୍ଵାନ ହଲ ଠାରେ ଆୟୋଜିତ ଏହି ଉତ୍ସବରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହରେ ଜିଲ୍ଲାର ୧୬୯୯୫ ଜଣଙ୍କୁ ୮୦ ବର୍ଷରୁ ଅଧିକ ବୃଦ୍ଧବୃଦ୍ଧା ଓ ୮୦ ପ୍ରତିଶତ ବା ଅଧିକ ଦିବ୍ୟାଙ୍ଗ ହିତାଧୀକାରୀଙ୍କୁ ୩୫୦୦ ଟଙ୍କା ଲେଖାଏଁ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ଭତ୍ତା ଦିଆଯିବ ବୋଲି ସୂଚନା ଦିଆଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ମଦନଜୀତ ହୋତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ, ପୂର୍ବରୁ ହିତାଧିକାରୀମାନେ ୧୨୦୦ ଟଙ୍କା ପାଉଥିବା ବେଳେ ଚଳିତ ଜାନୁଆରୀ ମାସରୁ ଜିଲ୍ଲାର ୧୬୯୯୫ ଜଣ ୮୦ବର୍ଷରୁ ଅଧିକ ବୃଦ୍ଧବୃଦ୍ଧା ଓ ୮୦ ପ୍ରତିଶତ ବା ଅଧୁକ ଦିବ୍ୟାଙ୍ଗ ହିତାଧିକାରୀ ବର୍ଦ୍ଧିତ ଭଦ୍ଭା ବାବଦକୁ ମାସିକ ୩୫୦୦ ଟଙ୍କା ପାଇବା ଦ୍ଵାରା ଉପକୃତ ହେବେ । ଆଭାସି ମାଧ୍ୟମରେ କେନ୍ଦୁଝର ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭତ୍ତା ବିତରଣ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ କରାଯାଇଥିଲା ।

Leave A Reply

Your email address will not be published.