ଗଣେଶ ଭସାଣୀ ହେଲା କାଳ : ପାଣିରେ ବୁଡି ଜଣେ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ସାରସମାଲ ଗାଁରେ ଗଣେଶ ଭସାଣୀ ବେଳେ ପାଣିରେ ବୁଡି ଜଣେ ମୃତ । ମିଳିଥିବା ସୂଚନା ଅନୁସାରେ ପଦ୍ମପୁର ଥାନା ସାରସମାଲ ଗାଁରେ ଆଜି ଗଣେଶ ଭସାଣୀ ଅନୁଷ୍ଠିତ ହେଉଥିଲା । ଏହି ଭସାଣୀ ସମୟରେ ସେହି ଗାଁର ବଲ୍ଲଭ ସାଗର(୩୫) ପାଣିରେ ବୁଡି ଯାଇଥିଲେ । ଏବିଷୟରେ ଲୋକମାନେ ପଦ୍ମପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପଦ୍ମପୁର ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଲିଛି ।

Leave A Reply

Your email address will not be published.