oom

ଯୁବ କଳାକାର ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଭଜନ ସନ୍ଧ୍ୟା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନରେ ଜ୍ୟୋତିରଂଜନଙ୍କ ସ୍ମୃତିରେ ଭଜନ ଓ ସ୍ମୃତି ସଭା ଆୟୋଜନ ହୋଇଯାଇଛି । ଯୁବ କଳାକାର ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଶ୍ରୀକର ମିଶ୍ର ସଭା ପରିଚାଳନା କରିଥିବା ବେଳେ ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ସଂଗୀତା ଦାଶ ଓ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ଥିଲେ । ଗୁଲାପ ବାଗ, ପ୍ରଭାସ ପାଣିଗ୍ରାହୀ, ଅଜୟ ଦାସ, ନାଟ୍ୟଗୁରୁ ପ୍ରଶାନ୍ତ ଖମାରୀ, ଗୁରୁଶ୍ରୀ ଘାସିରାମ ମିଶ୍ର, ବିଧୂଭୂଷଣ ତ୍ରିପାଠି, ବିଜୟ କୁମାର ଶତପଥି, ରାଜେନ୍ଦ୍ର ପ୍ରସାଦ ବଢେଇ, ସଂଗୀତ ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ୟାମ କୁମାର ତ୍ରିପାଠି, ଗୋପାଳଜୀ ପାଣିଗ୍ରାହୀ, ବ୍ୟାସଦେବ ନନ୍ଦ,ଗୋପାଳ ପଧାନ, ଆଦିକନ୍ଦ ଖମାରୀ, ସୋମନାଥ ମିଶ୍ର, ବିବେକା ପଟେଲ, ସାମ୍ବାଦିକ ବିରେନ୍ଦ୍ର କୁମାର ଝାଙ୍କର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଙ୍କୁଶ ପାଣ୍ଡିଆ, ରଶ୍ମି ରଂଜନ ହୋତା, ଶୁଭ୍ରାଂଶୁ ପଣ୍ଡା, ଅଭିଶେଷ ଦାସ, ଲଳିତ ପୁଝାରୀ, ନବଘନ ଦାସ, ଧୀରେନ୍ଦ୍ର ପଣ୍ଡା, ରାମ ଦାସ, ବାସୁଦେବ ସା, ଶିବାନନ୍ଦ ତ୍ରିପାଠି, ପ୍ରଶାନ୍ତ ମହାକୁର, ବିଭୁକଲ୍ୟାଣ ଗଡତ୍ୟା, ଚିତ୍ତ ରଂଜନ ଦାଶ, ବିନୋଦ କାଲସାଏ, କିଶୋର ଜାଲ, ସଂଦିବ ବାଗ ପ୍ରମୁଖ ସ୍ମତି ଚାରଣ କରିଥିବା ବେଳେ ଆବାହକ ଜୟକୃଷ୍ଣ ମିଶ୍ର ସଭାର ଆୟୋଜନ କରିଥିଲେ । ସ୍ୱର୍ଗତ ଜ୍ୟୋତି ରଂଜନ ଜଣେ ମେଳାପୀ ବ୍ୟକ୍ତି ଥିଲେ । ହସ ହସ ମୁହଁରେ ସେ ସମସ୍ତଙ୍କ ସହ ମିଶି ଯାଉଥିଲେ । ଲୋକମହୋତ୍ସବ ହେଉକି ଆଉ କୌଣସି କଳା ଉତ୍ସବ ସବୁରେ ସେ ନିଃସ୍ୱାର୍ଥପର ଭାବେ ନିଜକୁ ସାମିଲ କରି କାମରେ ଲାଗିପଡୁଥିଲେ । ଏଭଳି ଜଣେ ଯୁବ କଳାକାରଙ୍କୁ କରୋନା ମହାମାରୀ ସମସ୍ତଙ୍କ ଠାରୁ ଛଡାଇ ନେଇଥିବା ବେଳେ ସେ ସମସ୍ତଙ୍କ ମନରେ ସବୁବେଳେ ରହିବେ ବୋଲି ସ୍ମୃତି ସଭାରେ ମତ ପ୍ରକାଶ ପାଇଥିଲା । ସହରର ବହୁତ ବରିଷ୍ଠ ଓ ଯୁବ କଳାକାରଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.