ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ପିକେସାହୁ) : ଆଜି ଭବାନୀପାଟଣାଠାରେ ଜିଲ୍ଳାପାଳଙ୍କ ବାସଗୃହ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡିଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଜିଲ୍ଳାସ୍ତରୀୟ ନିଯୁକ୍ତି ମେଳାର ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ, ଅତିରକ୍ତ ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି ସାଇଲେଷ୍ଟିଂ ଟିଗା, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ମ୍ୟୁନିସିପାଲିଟି ଭବାନୀପାଟଣାର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟସମ୍ପର୍ଣା ରାଉତ, କ୍ଷେତ୍ରୀୟ ପରିବହନ ଅଧିକାରୀ କଳାହାଣ୍ଡି ଗତିକୃଷ୍ଣ ସାମନ୍ତରାୟ ଆଦି ଯୋଗ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ନିଯୁକ୍ତି ମେଳାକୁ ସୁଚାରୁ ରୂପେ ପାଳନ କରିବାପାଇଁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଆସନ୍ତା ୧୫.୧୨.୨୦୨୩ ରେ ସ୍ଥାନୀୟ ଡିଆଇଇଟି ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ନିଯୁକ୍ତି ମେଳାରେ ପିଇବା ପାଣି, ଶୌଚାଳୟ, ଟେଣ୍ଟ, ଦୁର୍ଗମ ଅଞ୍ଚଳରୁ ଆଶାୟୀ ପ୍ରାର୍ଥୀଙ୍କ ପରିବହନ, ପ୍ରାଥମିକ ଚିକିତ୍ସା, ପ୍ରଚାରପ୍ରସାର ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା । ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପ୍ରତିଷ୍ଠିତ କମ୍ପାନୀ ଯୋଗ ଦେଉ ଥିବାରୁ, ଜିଲ୍ଲାପାଳ ନିଯୁକ୍ତି ଆଶାୟୀମାନଙ୍କୁ ଏହି ମେଳାରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦାନ କରି ନିଯୁକ୍ତିକ୍ଷମ ହେବା ପାଇଁ ଛାତ୍ରଛାତ୍ରୀ ଓ ବେକାର ଯୁବକ, ଯୁବତୀମାନଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.