ପୁରୀ, (ଦିଲ୍ଲୀପ କମୁାର ଧାଉଡିଆ) : ପୁରୀ ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ସମୁଦ୍ର ବାରମ୍ବାର ଉଗ୍ରରୂପ ଧାରଣ କରିବା ସହ ବାଲି ଅତଡ଼ା ଖସୁଥିବାରୁ ବ୍ୟବସାୟୀମାନେ ଭୟଭୀତ ଅଛନ୍ତି । ଏଭଳି ସ୍ଥିତିରେ ଅସୁରକ୍ଷିତ ୱାଚ୍ ଟାୱାରରେ ଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିବା ଚାଲେଞ୍ଜ ସୃଷ୍ଟି କରୁଛି । ସ୍ୱର୍ଗଦ୍ୱାରରେ ଶବଦାହ ପରେ ଦୈନିକ ଶହଶହ ଲୋକ ସମୁଦ୍ରରେ ବୁଡ଼ ପକାଇଥାନ୍ତି । ଫଳରେ ସ୍ୱର୍ଗଦ୍ୱାର ନିକଟସ୍ଥ ସମୁଦ୍ରକୂଳରେ ଜନଗହଳି ଲାଗି ରହିଥାଏ । କିନ୍ତୁ ଏଠାରେ ଥିବା ୱାଚ୍ ଟାୱାର ଅସୁରକ୍ଷିତ ଅବସ୍ଥାରେ ପଡ଼ିଛି । ତଳେ କଂକ୍ରିଟ୍ ଖଣ୍ଡ ଦେଇ ୱାଚ୍ ଟାୱାର ରଖାଯାଇଛି । ଦଲକାଏ ପବନରେ ଭୁଷୁଡ଼ି ପଡ଼ିବା ଭଳି ସ୍ଥିତିରେ ଥିବା ୱାଚ୍ ଟାୱାର ଯାତ୍ରୀଙ୍କୁ କିଭଳି ସୁରକ୍ଷା ଯୋଗାଇବ ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ।