ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ପ୍ରଶଂସନୀୟ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିଦିନ ବହୁ କରୋନା ରୋଗୀଙ୍କ ସମ୍ପର୍କୀୟ ବଲାଙ୍ଗିର ଭୀମ ମୋଇ ମେଡିକାଲ କଲେଜ ହସପିଟାଲକୁ ଆସୁଛନ୍ତି । ତେବେ ସେମାନଙ୍କୁ ପେଟପୁରା ଖାଇବକୁ ନିତିଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବଣ୍ଟନ କରାଯାଉଛି । ହେଲେ ସେମାନେ ରାତିରେ ବାହାରେ ଶୋଉଥିବା ବେଳେ ମଶା ପାଇଁ ଶୋଇବା କଷ୍ଟକର ହେଉଛି । ସେଥିପାଇଁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଗତକାଲି ସମସ୍ତଙ୍କ ପାଇଁ ମଶାରୀ ବ୍ୟବସ୍ଥା କରାଯାଇଥିଲା । ଏହି ମହତ୍ୱ ପୂର୍ଣ୍ଣ ପଦକ୍ଷେପ ପାଇଁ ବୁଦ୍ଧିଜୀବୀ ମହଲରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ବେଶ୍‌ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.