jayashree

ଜମି ଓ ବାସଗୃହ ଯୋଗାଇ ଦେବା ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଲର୍କିପାଲିର ମହିଳାମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ଓ ବାସଗୃହ ଯୋଗାଇ ଦେବା ଦାବୀରେ ଆଜି ସକାଳେ ସ୍ଥାନୀୟ ଲର୍କିପାଲିର ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ କହିବା ଅନୁସାରେ ଦୀର୍ଘ ଦିନରୁ ସେମାନେ ଲର୍କିପାଲିରେ ଘର କରି ରହୁଛନ୍ତି । ହେଲେ ସରକାରୀ ଜାଗା ହୋଇଥିବାରୁ କୌଣସି ପ୍ରକାର ସରକାରୀ ଯୋଜନା ତାଙ୍କ ପାଖକୁ ପହଞ୍ଚିପାରୁ ନାହିଁ । ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଆଜି ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଜିଲ୍ଲାପାଳଙ୍କୁ ଜଣାଇବା ସହ ଏହାର ସମାଧାନ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.