ଭାଟବାହାଲି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ତମାମୁରା କ୍ଲଷ୍ଟର ଅନ୍ତର୍ଗତ ଭାଟବାହାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୱାର୍ଡ ସଭ୍ୟ ନରେନ୍ଦ୍ର ପଧାନଙ୍କ ସଭାପତିସ୍ୱରେ ଅନୁଷ୍ଠିତ ହୋଇଯାଇଛି । ତମାମୁରା ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ରନାରାୟଣ ଶତପଥି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଅବିଭାବକଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସିଆରସିସି ଶୁଭଲାଲ ସାହୁ ମୁଖ୍ୟ ବକ୍ତା, ଭାଟବହାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିଭୂଷଣ ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ । ଶିକ୍ଷକ ପ୍ରଦୀପକୁମାର ଭୁକ୍ତା ସଭା ପରିଚାଳନା କରିଥିବା ବେଳେ ପ୍ରଧାନଶିକ୍ଷକ ଅରବିନ୍ଦ ପଧାନ ବିବରଣୀ ପଠନ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ସୁରେଶ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।ପୁରାତନ ଛାତ୍ରୀ ମାମିନା ନାଏକ ଓ ପୁଷ୍ପାଞ୍ଜଳୀ ପାତ୍ରଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା ।

Leave A Reply

Your email address will not be published.