ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରୁତୁଙ୍ଗିଆ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପିଙ୍କି ପ୍ରଧାନ, ମୁଖ୍ୟବକ୍ତା ଭାବେ ରୁତୁଙ୍ଗିଆ ଗିରିଜନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାମଲ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ କ୍ଳେଶ ପ୍ରଧାନ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୁମର ପରାସେଠ, ରୁତୁଙ୍ଗିଆ ସ୍ଥିତ କରୁମୁଣ୍ଡାର ଜାଭିଏର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଫାଦେର ଭିନ ସେନ୍ତ ଭେଙ୍ଗରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୋମନାଥ ପ୍ରଧାନ, ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁର ସଭାପତି ସୁଧାଂଶୁ ପ୍ରଧାନ, ରୁତୁଙ୍ଗିଆ ପଞ୍ଚାୟତ ସମିତି ସଭ୍ୟ ଦାନିଏଲ ପ୍ରଧାନ, ବାଲିଗୁଡା ବ୍ଲକ ଶିକ୍ଷକ ସଂଘର ସଭାପତି ପଦ୍ମ ଚରଣ ତ୍ରିପାଠୀ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ ଉତ୍କଳ କେଶରୀ ବିବାର, କଟ୍ରିକିଆ କ୍ଲଷ୍ଟରର ସିଆରସିସି ସାବତ ପ୍ରଧାନ ପ୍ରମୁଖ ଯୋଗଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ତଥା ଗୋଷ୍ଠୀ ସହଯୋଗରେ ଏକ ଶିକ୍ଷାନୁଷ୍ଠାନର ଉତ୍ତରତ୍ତୋର ବୃଦ୍ଧି ହୋଇଥାଏ ବୋଲି ବକ୍ତବ୍ୟ ରଖିବା ସହ ଏକ ଶୃଙ୍ଖଳିତ ନାଗରିକ ହେବାପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ସନାତନ ପରିଛା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ପୀତବାସ ନାୟକ ମଞ୍ଚ ପରିଚାଳନା କରିଥିଲେ । ସଭା ପରେ ପରେ ଚଳିତ ବର୍ଷର ବାଳକ ବିଭାଗରୁ ଶ୍ରେଷ୍ଠ ଖେଳାଳୀ ଭାବେ ସୁବ୍ରତ ପ୍ରଧାନ ଓ ବାଳିକା ବିଭାଗରୁ ଶ୍ରେଷ୍ଠ ଖେଳାଳୀ ଭାବେ ସୁଶ୍ରୀ ବିଚିତ୍ରା ପ୍ରଧାନ, ଶ୍ରେଷ୍ଠ ଛାତ୍ର ଭାବେ ସୁବ୍ରତ ପ୍ରଧାନ, ଓ ଶ୍ରେଷ୍ଠ ଛାତ୍ରୀ ଭାବେ ସସ୍ମିତା ପ୍ରଧାନ, ଉତ୍ତମ ସ୍ୱେଛାସେବୀ ରୂପେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏବଂ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ତଥା ବିଦ୍ୟାଳୟ ସହ ସଂଶ୍ଲିଷ୍ଟ ଥିବା ଶିକ୍ଷକମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରିବା ସହ ସମ୍ମାନିତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ସମସ୍ତ କାର୍ଯ୍ୟରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସନାତନ ପରିଛା, ବିକ୍ରମ କେଶରୀ ବେହେରା, ରୋହିତ ଗୌଡ଼, ସ୍ନେହଲତା ପ୍ରଧାନ, ସୁଚିସ୍ମିତା ବେହେରା, ଅଚ୍ୟୁତାନନ୍ଦ ପ୍ରଧାନଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟୀ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.