ମତ୍ସ୍ୟ-ବିଜ୍ଞାନ ମହାବିଦ୍ୟାଳୟର ୨୮ତମ ବାର୍ଷିକ କ୍ରୀଡ଼ା ସାମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାଠାରେ ଅବସ୍ଥାପିତ ରାଜ୍ୟର ଏକମାତ୍ର ମତ୍ସ୍ୟ-ବିଜ୍ଞାନ ମହାବିଦ୍ୟାଳୟର ୨୮ତମ ବାର୍ଷିକ କ୍ରୀଡ଼ା ସାମାରୋହ ଯୁବ-ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସୌଜନ୍ୟରେ ଦୁଇ ଦିନିଆ ଖେଳକୂଦ ସାମାରୋହ ଉଦ୍‌ଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ତଥା ଡ଼ିନ୍ ପ୍ରଫେସର ସନ୍ତୋଷ କୁମାର ଉଦ୍‌ଗାତା ରାଜ୍ୟ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଅଧୀନରେ ପରିଚାଳିତ ରଙ୍ଗେଇଲୁଣ୍ଡା ମତ୍ସ୍ୟ-ବିଜ୍ଞାନ ମହାବିଦ୍ୟାଳୟର ଐତିହ୍ୟ ପରମ୍ପରା ତଥା ୪୦ ବର୍ଷର ଇତିହାସ ମଧ୍ୟରେ ଏହି କଲେଜରେ ଛାତ୍ରଛାତ୍ରୀମାନେ ଦେଶ ଓ ଦେଶ ବାହାରେ କର୍ମ-ନିୟୋଜନ ଓ ବଡ଼ ବଡ଼ ପଦବୀରେ ଅବସ୍ଥାପିତ ହୋଇ ସୁନାମ ଅର୍ଜନ କରିଛନ୍ତି ବୋଲି ଆଲୋକପାତ କରିଥିଲେ । ମୁଖ୍ୟ ଅତିଥୀ ଭାବେ ବ୍ରହ୍ମପୁର ବିଏମ୍‌ସିର ମେୟର ସଂଘମିତ୍ରା ଦଳେଇ, ସମ୍ମାନିତ ଅତିଥୀ ଭାବେ ଜିଲ୍ଲା ପରିଷଦ ଉପା-ଅଧ୍ୟକ୍ଷା ଏସ୍.ରାଜଶ୍ୱେରୀ ଦୋରା, ଗୋପାଳପୁର କଲେଜର ପୂର୍ବତନ ଅଧ୍ୟକ୍ଷ ଏସ୍. ରମାରାଓ, ରଙ୍ଗେଇଲୁଣ୍ଡା ସରପଞ୍ଚ ଶ୍ରୀମତୀ ନମିତା ମହାଙ୍କୁଡ଼ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ କୃତିତ୍ୱ ହାସଲ କରିଥିବା କ୍ରୀଡ଼ାବିତ୍‌ଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । କ୍ରୀଡ଼ା କ୍ଲବ ଉପଦେଷ୍ଟା ଡ଼ଃ. ନବକିଶୋର ସିଆଲ, ଆଥ୍‌ଲେଟିକ୍‌ ଚେୟାରମ୍ୟାନ ଚନ୍ଦନ ରାଉଳ, କୋ-ଚେୟାରମ୍ୟାନ ଶୁଭଶ୍ରୀ ରାଉତ ଏହି କାର୍ଯ୍ୟକ୍ରମରେ ସକ୍ରିୟ ପରିଚାଳନା କରିଥିଲେ । ଆଗକୁ ଏହି ମତ୍ସ୍ୟ-ବିଜ୍ଞାନ କଲେଜର ସ୍ୱୟଂଶାସିତ ଏବଂ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ନେଇ ସରକାର ପ୍ରୟାସ ଜାରିରଖି କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକ, ପୂର୍ବତନ ଛାତ୍ର ଏବଂ ବିଭିନ୍ନ ଶୁଭେଚ୍ଛୁକଙ୍କଠାରୁ ମତ ପ୍ରକାଶ ପାଇଛି । ଏହି ମତ୍ସ୍ୟ-ବିଜ୍ଞାନ କଲେଜର ମହତ୍ତ୍ୱ ସାରା ବିଶ୍ୱରେ ସୁନାମ ଓ ମହତ୍ତ୍ୱ-ପ୍ରତିପାଦନ କରିଛି ବୋଲି ପୂର୍ବତନ ଛାତ୍ର ସଂସଦ ପକ୍ଷରୁ ଗଣନା କରାଯାଇଛି ।

Leave A Reply

Your email address will not be published.