ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଗାନ୍ଧୀଷ୍ଟାଡିୟମଠାରେ ଜିଲ୍ଲା କ୍ରୀଡା ସଂସଦର ବାର୍ଷିକ କ୍ରୀଡା ଉଦ୍ଘାଟିତ ହୋଇଯାଇଛି । ଏଥିରେ ସମୁଦାୟ ୧୧୦୦ କ୍ରୀଡାବିତ ବିଭିନ୍ନ ଇଭେଣ୍ଟସ୍ରେ ଅଂଶଗ୍ରହଣ କରି ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ । ଫୁଟବଲ ଏସୋସିଏସନ ଓଡିଶା (ଫାଓ) ତଥା ସଂସଦର କାର୍ୟ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ କ୍ରୀଡାଧ୍ୱଜ ଉତ୍ତୋଳନ ପୂର୍ବକ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ସଂସଦର ଯୁଗ୍ମ ସମ୍ପାଦକ ପଦ୍ମ ଚରଣ ଆଚାର୍ୟ୍ୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଡ.ପ୍ରହ୍ଳାଦ ଶତପଥି କ୍ରୀଡାବିତଙ୍କୁ ଉଦ୍ବୋଧନ ଦେଇଥିଲେ । କ୍ରୀଡା ସମ୍ପାଦକ ବିଭୁତି ଭୁଷଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉଦ୍ଘାଟନି ସମାରୋହରେ ମଂଚାସୀନ ଥିଲେ ବରିଷ୍ଠ ସଭ୍ୟ ତଥା ପୂର୍ବତନ ବିଧାୟକ ରମାକାନ୍ତ ସେଟ, ଭାବଗ୍ରାହି ରଥ, ରବିନ୍ଦ୍ର କୁମାର ମିଶ୍ର, ଜୟରାମ ମିଶ୍ର, କୋଷାଧ୍ୟକ୍ଷ ପ୍ରଭାତ ମିଶ୍ର, ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଜ୍ୟେତି ପ୍ରସାଦ ପରିଡ଼ା, ଜିଲ୍ଲା କ୍ରୀଡାଧିକାରୀ ରାଜେନ୍ଦ୍ର ବଢେ଼ଇ, ସୁଧିରଚନ୍ଦ୍ର ପଣ୍ଡା ଓ ପୂର୍ବତନ ଖେଳାଳୀ ସଦାନନ୍ଦ ନାଏକ । ପୋଲିସ ବ୍ୟଣ୍ଡ ପାର୍ଟିର ସହାୟତାରେ ଶହସ୍ରାଧିକ କ୍ରୀଡାବିତ୍ ମାର୍ଚ୍ଚଫାଷ୍ଟରେ କ୍ରୀଡାଙ୍ଗନ ପରିକ୍ରମା ବେଳେ ଅତିଥିମାନେ ଅଭିବାଦନ ଗ୍ରହଣ କରିଥିଲେ । ଏହାକୁ ପରିଚାଳନା କରିଥିଲେ ବିଶିଷ୍ଟ କ୍ରୀଡାବିତ ସୁନିଲ କୁମାର ବିଶ୍ୱାଳ । ଅନ୍ୟତମ ଯୁଗ୍ମ ସମ୍ପାଦକ ଶତୃଘ୍ନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ସଭ୍ୟ ନବୀନ କୁମାର ବହିଦାର, ଶିଶିର ବହିଦାର, ରାଜେନ୍ଦ୍ର ପୁରୋହିତ, ଦ୍ୱାରିକା ପଣ୍ଡା ପ୍ରମୁଖ ଶେଷ ଯାଏଁ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲାର କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ପ୍ରତିଯୋଗିତା ଗୁଡିକ ପରିଚାଳିତ ହୋଇଥିଲା । ପୁରୁଷ ବର୍ଗ ୧୦୦ ମି. ରନ୍ରେ ଆକାଶ ବେହେରା, ୧୫୦୦ ମି.ରେ ଉମେଶ ଚନ୍ଦ୍ର ସେଠ୍, ହାଇ ଜମ୍ପରେ ରୁପେଶ ମୋରପାଞ୍ଚି, ସଟଫୁଟ୍ରେ ସୁଭକାନ୍ତ ଦେବ, ବାଳକ ୨୦ବର୍ଷ ବର୍ଗ ୧୫୦୦ ମି.ରେ ଜିତେନ୍ଦ୍ର ପୁଟେଲ, ହାଇଜମ୍ପ ଆକାଶ ମାଝି, ସଟଫୁଟ୍ରେ ସୁଭ୍ରାଶୁଂ ସାହୁ, ବାଳକ ୧୮ବର୍ଷ ବର୍ଗ ୧୫୦୦ ମି.ରେ ବିଶ୍ୱଦେବ ସୁନା, ଡିସ୍କସ୍ରେ ଏଚ୍ ସୋଭିତ ରାଜ, ବାଲକ ୧୬ ବର୍ଷ ବର୍ଗ ୮୦୦ ମି.ରେ ନିଳୟ ତାଡିଙ୍ଗି, ଲଙ୍ଗ୍ ଜମ୍ପରେ ଜୀବନ ମୁକ୍ତି ବିଲଙ୍ଗ, ସଟଫୁଟ୍ରେ ଶ୍ରୀଶାନ୍ତ ପ୍ରିୟଦର୍ଶୀ, ହେମର ଥ୍ରୋରେ ପ୍ରାଂଶୁ ଅଗ୍ରୱାଲ, ମହିଳା ଡିସ୍କସ୍ ଥ୍ରୋରେ ରଞ୍ଜିତା ସାଏ, ବାଳିକା ୨୩ ବର୍ଷ ବର୍ଗ ୧୦୦ ମି. ରେ ରୋଜି ମଲ୍ଲିକ, ୧୫୦୦ ମି.ରେ ମିଳିତା ପ୍ରଧାନ, ଲମ୍ବଜମ୍ପରେ ରୋସ୍ନୀ ମାଝି, ସଟଫୁଟ୍ରେ ସମୀକ୍ଷା ନନ୍ଦ, ବାଳିକା ୨୦ବର୍ଷ ବର୍ଗ ହାଇଜମ୍ପରେ ଟିକେଶ୍ୱରୀ ଭୋଇ, ଲଙ୍ଗଜମ୍ପରେ ଅନିମା ପଟେଲ, ବାଳିକା ୧୮ ବର୍ଷ ବର୍ଗ ୧୫୦୦ ମି.ରେ ପୁର୍ଣ୍ଣିମା ମହାକୁର, ଡିସକସ୍ରେ ଶ୍ରଦ୍ଧାଞ୍ଜଳି ମିଶ୍ର, ବାଳିକା ୧୬ ବର୍ଷ ୮୦୦ମି.ରେ ବିଟକିସ୍ ବାନୁ, ବାଳିକା ୧୪ ବର୍ଷ ସଟଫୁଟରେ ଅଙ୍କିତା ସାହୁ ପ୍ରମୁଖ ପ୍ରଥମ ସ୍ଥାନରେ ବିଜୟୀ ହୋଇଛନ୍ତି । କୃତି ପ୍ରତିଯୋଗୀମାନଙ୍କୁ ଅତିଥି ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରମାଣ ପତ୍ର, ମେଡାଲ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।