ଖଲ୍ଲିକୋଟ ଅବଦୁଲ କାଲାମ ଜନକଲ୍ୟାଣ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାଚୀନ ଗଡ଼ଜାତ ରାଜ୍ୟ ଖଲ୍ଲିକୋଟ ନଗରୀରେ ପ୍ରତିଷ୍ଠିତ ଡ଼ଃ. ଏପିଜେ ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବୁଲ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ରବିବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଖଲ୍ଲିକୋଟ ସହରରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ ଗୃହରେ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭପତିତ୍ଵରେ ଅନୁଷ୍ଠିତ ଏହି ସମାରୋହରେ ଆସ୍କା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଖଲ୍ଲିକୋଟ ଅଞ୍ଚଳର ସାହିତ୍ୟ ସଂସ୍କୃତି, ପ୍ରାଚୀନ କୀର୍ତ୍ତିରାଜି,, ଐତିହ୍ୟ ପରମ୍ପରାକୁ ବିକଶିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଛନ୍ତି । ଖଲ୍ଲିକୋଟ ଅଞ୍ଚଳରେ ଥିବା ପ୍ରାଚୀନ କୀର୍ତ୍ତିରାଜି ସଂସ୍କୃତିକୁ ସୁରକ୍ଷା ଦେବା ସାଂଗକୁ ଓଡ଼ିଶାର ଦ୍ୱିତୀୟ ଜଗନ୍ନାଥ ମନ୍ଦିର ଭାବେ ପରିଚିତ ଏହି ଜୀର୍ଣ୍ଣୋଦ୍ଧାର ମନ୍ଦିରର ନିର୍ମାଣ ଶୈଳୀକୁ ଉଜ୍ଜୀବିତ କରାଯାଇ ପୁନଃରୁଦ୍ଧାର କରାଯିବା ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ମତପ୍ରକାଶ କରିଛନ୍ତି । ମୁଖ୍ୟଅତିଥି ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ “ସ୍ମୃତିସୁଧା”କୁ ଉନ୍ମୋଚନ କରିଥିଲେ ଏବଂ କଳାକାର, ସାହିତ୍ୟିକ ସମାଜସେବୀ, ଦକ୍ଷ ସାମ୍ୱାଦିକଙ୍କୁ ପୁଷ୍ପଗୁଚ୍ଛ ଦେଇ ଉପହାର ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀମତୀ ଜ୍ୟୋସ୍ନାରାଣୀ ଦେବୀ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡିଶାର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଡ଼ଃ. ଜୟଶ୍ରୀ ଧଳ (ଭୁବନେଶ୍ୱର) ଯୋଗଦେଇ ସୁମଧୁର ଓଡ଼ିଆ ସଙ୍ଗୀତ ଗାନ କରି ଦର୍ଶକଙ୍କୁ ବିମୋହିତ କରିଦେଇଥିଲେ । ସାହିତ୍ୟିକ ପ୍ରଫେସର୍ ଡ଼ଃ. ବୈଷ୍ଣବ ଚରଣ ସାମଲ, ଧର୍ମଶାଳା ମହିଳା ମହାବିଦ୍ୟାଳୟର (ଯାଜପୁର) ଦର୍ଶନବିଭାଗ ମୁଖ୍ୟ ଡ଼ଃ. ସୁନାକର ଦାସ୍, ଗଞ୍ଜାମ ଜିଲ୍ଲା ବିଜେପି ସଂଗଠକ ତଥା ସଂପାଦକ ଅନୀଲ କୁମାର ପଣ୍ଡା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଅତିଥି ଯୋଗଦେଇ ଡ଼ଃ. ଏପିଜେ ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବୁଲ୍ ଟ୍ରଷ୍ଟର ଅବଦାନ ଓ ଲକ୍ଷ୍ୟକୁ ସାକାର କରିଆସିଥିବା ନେଇ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଟ୍ରଷ୍ଟର ସମ୍ପାଦକ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଖଲ୍ଲିକୋଟ ଆର୍ଟ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପଞ୍ଚାନନ ସୁର୍ ଆନୁଷ୍ଠାନିକ ଭାବେ ସଂପାଦକୀୟ ବିବରଣୀ ପାଠ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ସର୍ବମୋଟ ୧୬ ଜଣଙ୍କୁ ମାନପତ୍ର, ଉପଢୌକାନ ସହ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଶିଶୁ ପ୍ରତିଭା ତନ୍ମୟ ବେହେରା, ସାତ୍ତ୍ୱିକା ରଥ, ଦୀକ୍ଷିତା ରଥ ନୃତ୍ୟାଭିନୟା ପ୍ରଦର୍ଶନ କରି ଉଚ୍ଚପ୍ରଶଂସିତ ହୋଇଛନ୍ତି । ଇଂ. ପ୍ରଭାତ କୁମାର ଷଡ଼ଙ୍ଗୀ, ଅଧ୍ୟାପିକା ଜ୍ୟୋତ୍ସ୍ନା ପ୍ରଧାନ, ପ୍ରଭାତୀ ଦାସ, ସରୋଜବାଳା ପଟ୍ଟନାୟକ, ଦୀପିକା ଦାସ, ସୁପ୍ରଭା ରାଉତ, ଲକ୍ଷ୍ମୀ ଦାସ, ଦିଲୀପ ସାହୁ, ଉପଦେଷ୍ଟା ବଂଶୀଧର ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ବିଦ୍ୟୁତପ୍ରଭା ଦାଶ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.