ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରିଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ଆସନ୍ତା ତା.୧୮ ଓ ୧୯ ଡିସେମ୍ବର ଦୁଇ ଦିନ ଧରି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହେବ ବୋଲି ସଂସଦ ସୁତ୍ରରୁ ଜଣାପଡିଛି । ଏଥିରେ ଅଂଶଗ୍ରହଣ ସକାଶେ ଜିଲ୍ଲାର ଆଶାୟୀ ଯେ କୌଣସି କ୍ରୀଡାବିଦ୍ ଆଗାମୀ ଡିସେମ୍ବର ୫ ତାରିଖ ସୁଦ୍ଧା ସଂସଦର ଗାନ୍ଧୀ ଷ୍ଟାଡିୟମ କାର୍ଯ୍ୟାଳୟରେ ସେମାନଙ୍କ ଆବେଦନ ପତ୍ର ଓ ଆଧାରକାର୍ଡ କପି ସହ ଦାଖଲ କରିବେ ବୋଲି ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ କହିଛନ୍ତି । ଏ ସଂକ୍ରାନ୍ତୀୟ ଆନ୍ୟାନ୍ୟ କିଛି ଜାଣିବା ପାଇଁ ପ୍ରତିଯୋଗୀମାନେ ସଂସଦର କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡାଙ୍କୁ ଯୋଗାଯୋଗ କରିବାକୁ ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।