ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାରେ ଗତ ୧୧ ତାରିଖ ଠାରୁ ବର୍ଷା ଲାଗି ରହଛି । ଆଜି ହାରାହାରି ୬.୧୪ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ବେଲପଡ଼ା ବ୍ଲକରେ ସର୍ବାଧିକ ୨୬.୦୦ମି.ମି. ବର୍ଷା ହୋଇଛି । ଗତକାଲି ଜିଲ୍ଲାର ପ୍ରାୟ ସ୍ଥାନରେ ଅଧିକ ବର୍ଷା ହୋଇଥିବା ବେଳେ ୟଲୋ ୱାର୍ଣ୍ଣିଂ ମଧ୍ୟ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିଲା । ବଙ୍ଗୋମୁଣ୍ଡା ବ୍ଳକ ଅଂଚଳରେ ଗତକାଲି ସର୍ବାଧିକ ବର୍ଷା ହୋଇଥିଲା । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗିର ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ରୀନା କୁମାରୀ ନାଏକ ।