centurian jitm

ବାର୍‌ହା ଆକ୍ରମଣରେ : ୨ ଗୁରୁତର

ଆଠମଲ୍ଲିକ : ବନଖଣ୍ଡର ମାଧପୁର ବନାଞ୍ଚଳ ଅନ୍ତର୍ଗତ ସଂଜାମୁରା ଗ୍ରାମ ରୁଗୁଡ଼ି ସାହିରେ ଶୁକ୍ରବାର ସକାଳେ ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଦୁଇ ଜଣ ହେଲେ ଜଗବନ୍ଧୁ ସାହୁ (୪୨), ସୀତା ପ୍ରଧାନ (୩୫) । ସୂଚନା ମୁତାବକ, ସଂଜାମୁରା ଗ୍ରାମ ରୁଗୁଡ଼ି ସାହିରେ ଶୁକ୍ରବାର ସକାଳେ ବାର୍‌ହା ଆକ୍ରମଣରେ ଜଗବନ୍ଧୁ ସାହୁ ଏବଂ ସୀତା ପ୍ରଧାନ ଗୁରୁତର ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ଗୁରୁତର ଦ୍ୱୟଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ସୀତା ପ୍ରଧାନଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.