oum

ଛେଳି ଚରାଇବାକୁ ଯାଇଥିବା ବେଳେ ପେଟରେ ପଶିଗଲା ବାର୍ଚ୍ଛା : ନାବାଳକ ଗୁରୁତ୍ୱର

jsm

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ବେଲପଡ଼ା ବ୍ଲକ ସରମୁହାଣ ପଂଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ରାଜୁ ଥାନାପତି(୧୬) ଆଜି ସକାଳୁ ଛେଳି ଚରେଇବା ପାଇଁ ନିଜ ଗାଁ ଜମି ପଟେ ଯାଇଥିଲେ । ଏହି ସମୟରେ ଅବହେଳା ବଶତଃ ଏକ ବର୍ଚ୍ଛା ତାଙ୍କ ପେଟରେ ପଶି ଯାଇଛି । ଉକ୍ତ ଘଟଣା ଜାଣିବା ପରେ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିଛି ସମୟ ପରେ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଥିବା ନାବାଳକଙ୍କୁ ତୁରନ୍ତ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଥିଲେ । କିନ୍ତୁ ହସ୍ପିଟାଲରେ କୌଣସି ମୌଳିକ ସୁବିଧା ନ ଥିବା ଯୋଗୁଁ ସଙ୍ଗେ ସଙ୍ଗେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.