ବରଗଡ ନାରୀ ସଶକ୍ତିକରଣର ବଳିଷ୍ଠ ତଥା ବିରଳ ଉଦାହରଣ ଥିଲେ ପୂର୍ବତନ ମନ୍ତ୍ରୀ ସରସ୍ଵତୀ ପ୍ରଧାନ

ବରଗଡ, (ନିରୋଜ କୁମାର ପାଣୀ) : ମହିଳା ସମିତି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆଜି ସନ୍ଧ୍ୟାରେ ମହିଳା ସମିତି ସଭା ଗୃହରେ ସଭାନେତ୍ରୀ ରାଧାରାଣୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଡ଼ା. କମଳିନୀ ଦାଶ ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ପୁରୁଷ କୈନ୍ଦ୍ରିକ ସମାଜରେ ପଶ୍ଚିମ ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ, ପଶ୍ଚିମ ଓଡ଼ିଶାର ପ୍ରଥମ ଶିକ୍ଷା ବିଭାଗ ମନ୍ତ୍ରୀ, ମହିୟସୀ ସରସ୍ଵତୀ ପ୍ରଧାନଙ୍କ ସରଳତା, ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ସଂସ୍କୃତି ସଂପନ୍ନ ବ୍ୟବହାର ସଂପର୍କରେ ଆଲୋଚନା କରି ଏଭଳି ବିରଳ ରାଜନେତା ସାଙ୍ଗକୁ ଦୁର୍ଲଭ ଶିକ୍ଷୟିତ୍ରୀ ଥିଲେ ବୋଲି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ବ୍ୟକ୍ତିଗତ ସମ୍ପର୍କର ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତା ପ୍ରଧାନଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.