ବାପୁଜୀ ହାଇସ୍କୁଲ ୧୯୯୯ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

କଳାହାଣ୍ଡି, (ନରୋତ୍ତମ ସେଲମା ) : ଦୀର୍ଘ ୨୪ ବର୍ଷ ପରେ କର୍ଲାମୁଣ୍ଡା ବ୍ଲକର ରିଷିଡାସ୍ଥିତ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୯ ମାଟ୍ରିକ ବ୍ୟାଚର ପ୍ରଥମ ବନ୍ଧୁମିଳନ ଐତିହାସିକ ଶୈବପୀଠ ବେଲଖଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରଭୁ ଧବଳେଶ୍ୱରଙ୍କଠାରେ ପୂଜାର୍ଚ୍ଚନା ପରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଇହଧାମରେ ନଥିବା ସହପାଠୀ ଓ ଶିକ୍ଷକଙ୍କ ଉଦ୍ଦେଶ୍ୟରେ୧ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା । ବହୁ ଦୂରଦୂରାନ୍ରୁ ସହପାଠୀମାନେ ଆସି ଅଂଶଗ୍ରହଣ କରି ଛାତ୍ର ସମୟର ସ୍କୃତିଚାରଣ କରିଥିଲେ ।

Leave A Reply

Your email address will not be published.