centurian jitm

ଉଜୁଡିଗଲା ପରିବାର, ୩ ପିଲାଙ୍କୁ ମାରି ଜୀବନ ହାରିଲେ ବାପା

ରାଞ୍ଚି : ଝାଡଖଣ୍ଡ ଗିରିଡିହ ଜିଲ୍ଲାର ଏକ ବନ୍ଦ ଘରୁ ୪ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ପିଲା ରହିଛନ୍ତି । ଜଣେ ବ୍ୟକ୍ତି ଅଛନ୍ତି । ପିଲାଙ୍କୁ ମାରିବା ପରେ ବାପା ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ପୋଲିସ କହିଛି । ଗାଁର ଜଣେ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । କାହିଁକି ବ୍ୟକ୍ତି ଜଣକ ଏପରି ପଦକ୍ଷେପ ନେଲେ ତାର କାରଣ ଖୋଜୁଛି ପୋଲିସ । ଘଟଣା ବାବଦରେ ସୂଚନା ଦେଇ ପୋଲିସ କହିଛି, ଗିରିଡିହ ଖୁଖରା ଥାନାରେ ଏହି ଘଟଣା ଘଟିଛି । ଗାଁ ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନାଯୋଗ୍ୟ ଯେ, ବ୍ୟକ୍ତି ଜଣକ ରାଜମିସ୍ତ୍ରୀ କାମ କରନ୍ତି । ଗତ ଶନିବାର ପତ୍ନୀ ବାପଘରକୁ ଯିବା ପରେ ତିନି ପିଲାଙ୍କ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାତକୁ ତନ୍ନ ତନ୍ନ କରି ତଦନ୍ତ କରୁଛି । ପାରିପାଶ୍ୱିକ ସ୍ଥିତିରୁ ଅନୁମାନ ହେଉଛି ବ୍ୟକ୍ତି ଜଣକ ତାଙ୍କର ତିନି ପିଲାଙ୍କୁ ମାରିବା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.