ସ୍ୱାଧୀନତା ସଂଗ୍ରାମୀ ଶହୀଦ ଶିବରାମ ରାଜଗୁରୁଙ୍କ ଜନ୍ମବାର୍ଷିକୀରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତା ସଂଗ୍ରାମୀ ଶହୀଦ ଶିବରାମ ରାଜଗୁରୁଙ୍କ ଜନ୍ମବାର୍ଷିକୀ ଅବସରରେ ଶନିବାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ ପଞ୍ଚାୟତର କରାତଳି ଗ୍ରାମରେ ଦିବ୍ୟଜୀବନ ସଂଘ ମା’ ରାମଚଣ୍ଡୀ ଟ୍ରଷ୍ଟ ଓ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ହସ୍ପିଟାଲ ଓ ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏକ ମେଗା ସ୍ଵାସ୍ଥ୍ୟ ସେବା ଶିବିର ସଂଗଠିତ ହେଇଥିଲା । ପ୍ରକାଶ ଥାଉକି, ଦିବ୍ୟଜୀବନ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ବହୁ ରୋଗୀ ମାଗଣାଙ୍କୁ ସ୍ୱାସ୍ଥ୍ୟ ସଂପର୍କିତ ସଚେତନତା ସହ ନିଶା ନିବାରଣ, ତମାଖୁ ବର୍ଜନ ଆଦି ଉପରେ ଲୋକଙ୍କୁ ସଚେତନତା କରାଯିବା ସାଂଗକୁ କ୍ୟାମ୍ପକୁ ଆସିଥିବା ସମସ୍ତ ଲୋକଙ୍କୁ ତଥା ରୋଗୀଙ୍କୁ ମଗଣାରେ ମଧ୍ୟ ଔଷଧ ବିତରଣ କରାଯାଇଥିଲା । କରାତଳି ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ୧୨ ଜଣ ବିଶେଷଜ୍ଞ ଡାକ୍ତର ଯୋଗଦେଇଥିବା ବେଳେ ଏହି ଶିବିର ସକାଳ ୮ଟାରୁ ଆରମ୍ଭ ହୋଇ ଦିବା ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ସ୍ୱାସ୍ଥ୍ୟ ସେବା ଶିବିରକୁ ରାମଚଣ୍ଡୀ ମନ୍ଦିର ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସ୍‌. ଡି. ଜେ. ଏମ୍‌. କୋର୍ଟର କ୍ୟାଡ଼ର ଏ. ପି. ପି. ରାଜେଶ କୁମାର ମିଶ୍ର ଓ ତ୍ରିପତି ବାଲାଜି ମିଶ୍ର ସୂଚାରୁ ରୂପେ ପରିଚାଳନା କରିଥିଲେ ତଥା ମନ୍ଦିର ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା, ପୂଜା କମିଟିର ସହ-ସଂଯୋଜକ ତୁଷାର ଶତପଥୀ, ସନ୍ତୋଷ ପଣ୍ଡା, ଲସିତ ବରଣ ବେହେରା (ଓକିଲ), ମନୋଜ ମିଶ୍ର, ଦିବ୍ୟ ଜୀବନ ସଂଘ କରାତଳି ଶାଖାର ସଭାପତି ସୋମନାଥ ପଢ଼ିଆରୀ, ସମ୍ପାଦକ ରାଜେନ୍ଦ୍ର ନାହାକ, ସମାଜସେବୀ ତଥା ରୋଟାରିୟାନ ନିରଞ୍ଜନ ପାତ୍ର, ଏସ୍‌. ରାମକୃଷ୍ଣ ରେଡ୍ଡୀ, ଦିନେଶ ମହାନ୍ତି ଓ ଦୀପକ ବେହେରା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗର ହାଥ ବଢାଇଥିଲେ । ବିପୁଲିଙ୍ଗି ପଞ୍ଚାୟତର ଶତାଧିକ ଲୋକ ଔଷଧ ତଥା ଚିକିତ୍ସା ସେବା ଲାଭ କରି ବହୁ ଉପକୃତ ହୋଇଛନ୍ତି । ଏଥିପାଇଁ ମା’ ରାମଚଣ୍ଡୀ ମନ୍ଦିର ପୂଜା କମିଟି ଓ ଟ୍ରଷ୍ଟକୁ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି । କମିଟିର ତରଫରୁ ସଂଯୋଜକ କମଲ ପଣ୍ଡାଙ୍କ ଉଦ୍ୟମକୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.