oom

ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ ସାମାଜିକ ବନିକରଣ ଉତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ପକ୍ଷରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଟାଉନ କ୍ଲବର ସଭାପତି ଶିରିଷ ବହିଦାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ସଭାପତି ଦ୍ଵାଦଶ ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ, ଗୁରୁଜୀ ଚୈତନ୍ୟ ଭୋଇ, ଶିକ୍ଷା ବିକାଶ ସମିତିର ପଶ୍ଚିମ ସଂଭାଗ ସଂଯୋଜକ ସଂଜୟ କୁମାର ମିଶ୍ରଙ୍କ ସହ କ୍ଲବର ସମ୍ପାଦକ ପ୍ରତାପ ମିଶ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, ସଦସ୍ୟ ଅଶୋକ କୁମାର ମିଶ୍ର, ସୁନୀଲ ଅଗ୍ରୱାଲଙ୍କ ସହ ସଦସ୍ୟ ତଥା ଅନ୍ୟ ଆଚାର୍ଯ୍ୟ ଓ ବିଦ୍ୟାଳୟର ଦଶମ ଶ୍ରେଣୀ ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଯେଉଁ ଭାବରେ ଗରମ ହେଉଛି ଓ ଅମ୍ଳଜାନର ଦରକାର ପଡୁଛି, ବୃକ୍ଷ ରୋପଣ ନିହାତି ଜରୁରୀ ହୋଇ ପଡୁଛି ଏବଂ ଆମର ଉପସ୍ଥିତ ସମସ୍ତ ସଦସ୍ୟ ବନ୍ଧୁ ମାନଙ୍କ ଦ୍ଵାରା ଏହା ଆୟୋଜିତ ହେବା ଦ୍ୱାରା ସମାଜରେ ବୃକ୍ଷ ରୋପଣ ପାଇଁ ସଚେତନତା ମୂଳକ ବାର୍ତ୍ତା ଦେଉଛି ବୋଲି ବାର୍ତ୍ତା ରଖିଛନ୍ତି ।

jittmm
Leave A Reply

Your email address will not be published.