ସତୀଘାଟରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ବନ୍ଧୁ ମିଳନ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି/ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ସତୀଘାଟରେ ଆମ୍ବେଦକର ପରିବାରର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ୧୩୪ ତମ ଆମ୍ବେଦକର ଜୟନ୍ତୀ ମଧ୍ୟ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଗୋବିନ୍ଦ ତାଣ୍ଡି, ମୁରିବାହାଲ କଲେଜ ପ୍ରିନ୍ସିପଲ ରମେଶ ମହାନନ୍ଦ, କଣ୍ଟାବାଞ୍ଜି ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ସଭାପତି ଅନିଲ ବିଭାର, ସମ୍ପାଦକ ରୋହନ କୁମାର ମହତ, ଉପ ସଭାପତି ତୁଳସୀରାମ ଜଗତ, କାର୍ଯ୍ୟକାରୀ ସଭାପତି ଛୋଟ ମହାନନ୍ଦ, ସିଡ ସଂଗଠକ ରବିନ୍ଦ୍ର ରାଏ ପ୍ରମୁଖ ମଞ୍ଚାସିନ ଥିବା ବେଳେ ସତୀଘାଟ ଆମ୍ବେଦକର କମିଟି ସଭାପତି ମାଧବ ନାଗ, ସମ୍ପାଦକ ସୁଦାମ ନାଗ, କନ୍ଦର୍ପ ଦୀପ, ସନତ ମାହାନନ୍ଦ, ପ୍ରଭାତୀ କୁମାର, ସିମାସିନୀ ମାହାନନ୍ଦ, ସୀମା ସୁନା, ମାଳତୀ ନାଗ, ରଥ ମାହାନନ୍ଦ, ନରେଶ ନାଗ, ଯଦୁମଣି ନାଗ, ଅଙ୍ଗଦ ମାହାନନ୍ଦ, ତୁଲାରାମ ନାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.