୧୯୭୩-୭୫ ବ୍ୟାଚର ଭିଏଲ୍‌ଡବ୍ଲୁମାନଙ୍କର ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୭୩-୭୫ ବ୍ୟାଚ ଭିଏଲ୍‌ଡବ୍ଲୁମାନଙ୍କର ପୂର୍ବତନ ସଭାପତି ପ୍ରାଭବଲ୍ଲଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଲର୍କିପାଲି ତାଲିମ କେନ୍ଦ୍ର ବଲାଙ୍ଗିରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୁଳ ଏବଂ କଟକ ଜିଲ୍ଲାର ମୋଟ ୬୦ ଜଣ ଅବସରପ୍ରାପ୍ତ ଗ୍ରାମ ସେବକ (ଏ.ଓ) ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ବୈଠକରେ ଏଣୁ ଏଣିକି ପ୍ରତିବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ଆସନ୍ତା ବର୍ଷ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଲର୍କିପାଲି ତାଲିମ କେନ୍ଦ୍ର ବଲାଙ୍ଗିରଠାରେ ଗୋଲଡେନ ଜୁବ୍‌ଲି ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଅବସରପ୍ରାପ୍ତ ଭିଏଲ୍‌ଡବ୍ଲୁମାନଙ୍କର ସଭାପତି ରୂପେ ପ୍ରାଣବଲ୍ଲଭ ତ୍ରିପାଠୀଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ପରିଶେଷରେ ପୂର୍ଣ୍ଣଚନ୍ଦ୍ର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.