ପୃଥ୍ୱୀରାଜ ହାଇସ୍କୁଲର ୧୯୮୬ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥିବୀର ସବୁ ସଂପର୍କ ରକ୍ତର ସଂପର୍କ ହୋଇଥିବା ବେଳେ ବନ୍ଧୁତା ହିଁ ଗୋଟିଏ ସଂପର୍କ ଯେଉଁଟା ମଣିଷ ନିଜେ ଗଢିଥାଏ । ଏହି ସଂପର୍କକୁ ଦୀର୍ଘ ସମୟ ବାନ୍ଧି ରଖିବା ପାଇଁ ୧୯୮୬ ପୃଥ୍ୱୀରାଜ ହାଇସ୍କୁଲର ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ସିନଖମନ ଫାର୍ମ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନରେ ପ୍ରଥମେ ମୃତ୍ୟୁବରଣ କରିଥିବା ଶିକ୍ଷକ ଓ ସାଙ୍ଗମାନଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତା’ପରେ ସମସ୍ତ ସାଙ୍ଗ ସାଥୀ ମିଶି ଭୋଜି ଓ ନାଚଗୀତର ମଜା ଉଠାଇଥିଲେ । ଏହି ଅବସରରେ ସଞ୍ଜିବ ନାଏକ, ଅସିତ ଷଡଙ୍ଗୀ, ବିକାଶ ଅଗ୍ରୱାଲ, ଅରୁଣ ମିଶ୍ର, ଶିବ ଶଙ୍କର ପଟେଲ, ସୁନିଲ କୁମାର ବେହେରା, ରଞ୍ଜନ ପଟେଲ, ପୁରୁଷୋତ୍ତମ ଅଗ୍ରୱାଲ, ପ୍ରକାଶ ଦର୍ଜୀ, ବିଘ୍ନେଶ୍ୱର ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.