oom

୧୯୮୨ ମସିହା ମେଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୮୨ ମସିହା ମେଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ ସମାରୋହ ମହାଆଡମ୍ବରରେ ହୋଟେଲ ସ୍ୱୟମ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହେଟେଲ ସ୍ୱୟମ୍‌ର ସତ୍ତ୍ୱାଧିକାରୀ ଜୟ ପ୍ରକାଶ ପୁରୋହିତଙ୍କ ଆୟୋଜନରେ ଅନେକ ବନ୍ଧୁଙ୍କର ସମାଗମ ହୋଇଥିଲା । ସର୍ବପ୍ରଥମେ ଦିବଙ୍ଗତ ଶିକ୍ଷକ ଓ ପୂର୍ବତନ ଛାତ୍ରମାନଙ୍କ ପାଇଁ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଡା. ବେଣୁଧର ପାଣ୍ଡେ, ରଞ୍ଜିତ ମହାନ୍ତି, ଧର୍ମେନ୍ଦ୍ର ନନ୍ଦ ସଙ୍ଗୀତ ମାଧ୍ୟମରେ ସମସ୍ତ ବନ୍ଧୁ ମାନଙ୍କୁ ବିମୋହିତ କରିଥିଲେ । ଏହି ଗୀତର ତାଳେ ତାଳେ ସମସ୍ତେ ନୃତ୍ୟ କରିଥିଲେ ଯାହାକି ଅତୀବ ପ୍ରଶଂସନୀୟ ଥିଲା । ଡା. ଗିରିଜା ଶଙ୍କର ଉଦ୍‌ଗାତା ମ୍ୟୁଜିକାଲ ଚେୟାରର ଆୟୋଜନ କରି କୃତି ବନ୍ଧୁମାନଙ୍କୁ ବିଭିନ୍ନ ପ୍ରକାରର ଉପହାର ପ୍ରଦାନ କରିଥିଲେ । ସାମାଜିକ କାର୍ଯ୍ୟ ପାଇଁ ଡାକ୍ତର ବେଣୁଧର ପାଣ୍ଡେଙ୍କ ସହଯୋଗରେ ବନ୍ଧୁମାନଙ୍କଠାରୁ ସହାୟତା ରାଶି ସଂଗ୍ରହ କରାଯାଇଥିଲା । ସଂଗ୍ରହ କରାଯାଇଥିବା ଏହି ସହାୟତା ରାଶି ସଦ୍‌ମାର୍ଗରେ କିପରି ବିନିଯୋଗ ହେବ ଏବଂ ଆଗାମୀ ଦିନରେ ବନ୍ଧୁ ମିଳନଗୁଡିକ ସାମାଜିକ ଚେତନାର ବାର୍ତ୍ତାବହ ହେଉ ବୋଲି ବନ୍ଧୁମାନେ ମତବ୍ୟକ୍ତ କରିଥିଲେ । ଦୀର୍ଘ ୧୭ ବର୍ଷ ହେଲା ପୂର୍ବତନ ଛାତ୍ର ପ୍ରତାପ ଚନ୍ଦ୍ର ରଥ ଏବଂ ଜୟ ପ୍ରକାଶ ପୁରୋହିତ ଅନବରତ ବନ୍ଧୁମାନଙ୍କ ସହିତ ସୁସମ୍ପର୍କ ରଖି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି । ଯାହାକି ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ବନ୍ଧୁ ମିଳନ ସମାରୋହରେ ପୂର୍ବତନ ଛାତ୍ର ଅରବିନ୍ଦ ଦାସ, ଶଶୀ ଶେଖର ପଣ୍ଡା, କ୍ଷୀରୋଦ ମିଶ୍ର, ପ୍ରଦୀପ ମହାନ୍ତି, ଡା. ଗୋପାଳ ପଣ୍ଡା, ଶଙ୍କରଲାଲ୍‌ ବରାଇ, ସତ୍ୟନାରାୟଣ ଅଗ୍ରୱାଲ, ଅନୁପ ଖମାରୀ, ବନବିହାରୀ ସାହୁ, ଗୋପବନ୍ଧୁ ଆଚାର୍ଯ୍ୟ, ପ୍ରଦୀପ ମିଶ୍ର, ପ୍ରେମ କୁମାର ଅଗ୍ରୱାଲ, ଉମାଶଙ୍କର ଅଗ୍ରୱାଲ, ସୁଧିର ତ୍ରିପାଠୀ, ଗୋବିନ୍ଦ ବେହେରା, ସୁରେନ୍ଦ୍ର ଭୋଇ, ରାମଦତ୍ତ ଭୋଇ, ଶଙ୍କର ଅଗ୍ରୱାଲ, ପ୍ରେମାନନ୍ଦ ନନ୍ଦ, ଶିବ ପ୍ରସାଦ ତ୍ରିପାଠୀ, ଧୃବଚରଣ ସାହୁ ଓ ଅନ୍ୟ ପୂର୍ବତନ ଛାତ୍ରମାନେ ଉପସ୍ଥିତ ଥିଲେ । କୋଭିଡ ସମୟରେ କୋଭିଡ ମୁକାବିଲା ପାଇଁ ୧୯୮୨ ମସିହା ମେଟ୍ରିକ ବ୍ୟାଚ୍‌ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ୨୧ ହଜାର ୧୨୧ ଟଙ୍କା ପ୍ରଦାନ କରାଯାଇଥିଲା । ଅତୀତରେ ସ୍ୱର୍ଗତ ଧିରେନ୍ଦ୍ର ପଟ୍ଟନାୟକ ଓ ପ୍ରଦୀପ ମହାପାତ୍ରଙ୍କ ପରିବାରକୁ ମେଟ୍ରିକ ବ୍ୟାଚ୍‌ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରି ପ୍ରଶଂସାର ପାତ୍ର ହୋଇଥିଲେ । ଆଗାମୀ ଦିନରେ ମଧ୍ୟ ବ୍ୟାଚ୍‌ ତରଫରୁ ସାମାଜିକ କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ପୂର୍ବତନ ଛାତ୍ରମାନେ ମତବ୍ୟକ୍ତ କରିଥିଲେ ।

jittmm
Leave A Reply

Your email address will not be published.