ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହର ୨୦୦୯ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାୟତ୍ରୀ ଉଚ୍ଚ ବିଦ୍ୟାଳୟ ସାପଲହର ୨୦୦୯ ବ୍ୟାଚର ଦୀର୍ଘ ୧୬ ବର୍ଷ ପରେ ଏକ ବନ୍ଧୁମିଳନ ଉତ୍ସବ ପ୍ରସିଦ୍ଧ ଶୈବପୀଠ ଦେବଦର୍ହା ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୁରୁଣା ଦିନର ସ୍ମୃତି ତଥା ସେ ସମୟର ପାଠପଢ଼ାକୁ ଅନୁଭବ କରିବା ସହ ସମସ୍ତ ସହପାଠୀମାନେ ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରେ କେଉଁ ବନ୍ଧୁ କେମିତି ଅଛନ୍ତି କିଏ କ’ଣ କରୁଛି, ସେ ବିଷୟରେ ପରସ୍ପର ଭାବର ଆଦାନ ପ୍ରଦାନ ସହ ଭେଟଘାଟ ହେବାପାଇଁ ସମସ୍ତେ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହେମନ୍ତ ବରିହା ସ୍ୱାଗତ ସଙ୍ଗୀତ ଗାନ ସହିତ ସଙ୍ଗୀତା ସାହୁ ଓ ବିରଜାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାୟ ୫୪ ଜଣ ସହପାଠୀଙ୍କ ସପରିବାର ଏକତ୍ରିତ ହୋଇଥିଲେ । ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ଆଲୋଚନା କରିବା ସହ ଭଲମନ୍ଦ ଆଲୋଚନା କରିଥିଲେ । ମଧ୍ୟାହ୍ନରେ ଏକାଠି ଖାଇବା ସହ ସମସ୍ତେ ନିଜ ନିଜର ପରିବାର ସାଙ୍ଗରେ ସମସ୍ତଙ୍କୁ ପରିଚୟ କରାଇଥିଲେ । ଲକ୍ଷ୍ମୀକାନ୍ତ ମେହେର ଓ଼ ଉଦୟନାଥ ପ୍ରଧାନ ବନ୍ଧୁତାର ସୂତା ଖିଅ ଆଉଟିକେ ମଜବୁତ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମ ସବୁ ବନ୍ଧୁମାନଙ୍କ ଅକ୍ଲାନ୍ତ ସହଯୋଗରେ ସମ୍ପାଦନ ହୋଇଥିବା ହେତୁ ଶେଷରେ କଳ୍ପନା ବାଟପାହାର ଓ ଲିଲିମା ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ବହୁତ ଉତ୍ସାହ ଉଦ୍ଦୀପନା ସହ ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave A Reply

Your email address will not be published.