୧୯୯୪ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀ ପୁରୁଷୋତ୍ତତ୍ତମପୁର ଜାଗୁଳାଇ ମନ୍ଦିର ପରିସରରେ ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ୧୯୯୪ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦ ସଭାପତି ଅଂକୁର ବରାଳଙ୍କ ସଭାପତିତ୍ୱରେ ପୁରାତନ ଛାତ୍ର ପ୍ରଫୁଲ ମହାପାତ୍ର, ଗୁନ ସାହୁ, କୃଷ୍ଣଚନ୍ଦ୍ର ସ୍ୱାଇଁ, କାଶୀନାଥ ପ୍ରଧାନ, ମଧୂସୁଦନ କାଣ୍ଡି, ଜ୍ୟୋସ୍ନାରାଣୀ ବେହେରା, କବିତା ରାଉତ, ସରସ୍ୱତୀ ରଥ, ମମତା ରଥ ପ୍ରମୁଖ ୬୦ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପୁରୁଣା ଦିନର ସ୍ମୃତି ବିଷୟରେ ଆଲୋଚନା ହୋଇଥିବା ବେଳେ ଆଲୁମିନା କମିଟିରେ ସାମିଲ ହୋଇ ବିଦ୍ୟାଳୟ ଭିତ୍ତିଭୂମି ବିକାଶ ଦିଗରେ ସାମିଲ ହେବାପାଇଁ ଆହ୍ୱାନ ଦେଇଥିଲେ ।

jittmm
Leave A Reply

Your email address will not be published.