୧୯୯୧ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ଘୋରଡିଆ ନୋଡାଲ ହାଇସ୍କୁଲର ୧୯୯୧ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁମିଳନ ଉତ୍ସବ ମା’ ବରାହୀ (ଖଣ୍ଡୁଆଳ) କଅଁଳପଡା ପିଠସ୍ଥଳୀରେ ଅନୁଷ୍ଠିିତ ହୋଇଯାଇଛି । ଏହି ମିଳନ ପର୍ବ ଉତ୍ସବରେ ସମସ୍ତ ପ୍ରକାର କୋଭିଡ ନିୟମ ପାଳନ କରି ଉକ୍ତ ବ୍ୟାଚର ୫୦ରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କର ପରିବାର ବର୍ଗ ଯୋଗଦେଇ ପାଠପଢା ବେଳର ପୁରୁଣା ସ୍ନୃତିକୁ ମନେପକାଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ମୋ ସ୍କୁଲ ଅଭିଯାନରେ ସମସ୍ତେ ସାମିଲ ହୋଇ ବିଦ୍ୟାଳୟର ଅଭିବୃଦ୍ଧି ଓ ବିକାଶରେ ସହଭାଗିତା ହେବା ସହ ଆପଦ ବିପଦରେ ପରସ୍ପରକୁୁ ସହଯୋଗ, ସହାୟତା କରିବା ପାଇଁ ସର୍ବସମିତି କ୍ରମେ ନିଷ୍ପତି ହୋଇଥିଲା । ପୁରାତନ ସହପାଠୀ ଅଲିଭା ଦାସ, ମାନସ ବଡଜେନା, ଆଲୋକମୟ ହରିଚନ୍ଦନ, ଅରୁଣ ପଣ୍ଡା, ପ୍ରକାଶ ପାଟ୍ଟଶାଣୀ, ଶ୍ରୀନିବାସ କୁଣ୍ଡ, ସରୋଜ ଚମ୍ପତି, କୈଳାସ ଚନ୍ଦ୍ର ପରିଡା, ରବିନାରାୟଣ ପରିଡା, ପ୍ରମୋଦ କୁମାର ସାହୁ, ବିଦ୍ୟାଧର ମାର୍ଥା, ପ୍ରକାଶ ସାମନ୍ତସିଂହାର, ସର୍ବେଶ୍ୱର ପାତ୍ର, କୃଷ୍ଣ ଚନ୍ଦ୍ର ପାଲଟାସିଂହ, ଗିତାରାଣୀ ରଣଜିତ୍‌, ହରିପ୍ରିୟା ପାଇକରାୟ, ଭାରତି ଦାସ, ମଜୁଂଲତା ସାହୁ, ବିଷ୍ଣୁପ୍ରିୟା ବଳବନ୍ତରାୟ, ରତ୍ନମଜଂରୀ ସାହୁ, ପ୍ରବୀଣା ମଙ୍ଗରାଜ, ଅର୍ଣ୍ଣପୁର୍ଣ୍ଣା ରଣଜିତ, ରାଜକିଶୋର ମାର୍ଥା, ପିତବାସ ମହାରଣା, ମନୋଜ ମାହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ମାନସ ବଡଜେନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.