oom

କଣାସ କଲେଜ ୧୯୯୫ ସ୍ନାତକ ବ୍ୟାଚ୍‌ର ବନ୍ଧୁମିଳନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଣାସ କଲେଜ ୧୯୯୫ ସ୍ନାତକ ବ୍ୟାଚ୍‌ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ସମାବେଶ କଣାସ ବ୍ଲକ୍‌ର ବଡ଼ାସ ସ୍ଥିତ ମା’ ପଂଚମୁଖୀ ମନ୍ଦିର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସୁକାନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ ପ୍ରଭାସ କୁମାର ମଙ୍ଗରାଜ, ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାମନ୍ତରାୟ, ଶିକ୍ଷକ ଚନ୍ଦ୍ରଶେଖର ରାଉତରାୟ, ଜମ୍ବେଶ୍ୱର ବାରିକ, କାମଦେବ ସେଠୀ, ନିରଞ୍ଜନ ବରାଳ, ଚକ୍ରଧର ସାହୁ, ନକୁଳ କୁମାର ସେନାପତି, ମୀନାରାଣୀ ନାୟକ, କଣ୍ଡୁରୀ ଚରଣ ସାହୁ, ଜଗବନ୍ଧୁ ମହାପାତ୍ର, କେନ୍ଦ୍ର ସରକାର କର୍ମଚାରୀ ବିଜୟକାନ୍ତ ପରିଡ଼ା, ନରେନ୍ଦ୍ର ଖଟୋଇ ପ୍ରମୁଖ କଲେଜ ଛାତ୍ରୀଛାତ୍ର ଜୀବନର ସ୍ମୃତିଚାରଣ କରିବା ସହ ପାରସ୍ପରିକ ପାରିବାରିକ ସ୍ଥିତି ଓ କର୍ମାବସ୍ଥାନ ଆଦି ସଂପର୍କରେ ଭାବବିନିମୟ କରିଥିଲେ । ଅଧ୍ୟାପକମାନଙ୍କ ଉତ୍ତମ ଶିକ୍ଷାଦାନ, କର୍ତ୍ତବ୍ୟନିଷ୍ଠାର ଅବତାରଣା କରଯିବା ସହ ସେମାନଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରାଯାଇଥିଲା । ପ୍ରାରମ୍ଭରେ ଦିବଂଗତ ଛାତ୍ରୀଛାତ୍ର ବନ୍ଧୁ ଓ ଅଧ୍ୟାପକଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଛାତ୍ରବନ୍ଧୁ ଗଦାଧର ମାଝି ସମସ୍ତଙ୍କ ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.