oom

କୋଶଲ ରାଜ୍ୟ ଦାବୀରେ ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ କୋଶଲ ରାଜ୍ୟ ଦାବୀ ନେଇ ଆଜି ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡାକୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ଦୋକାନ ବଜାର ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଜରୁରୀକାଳୀନ କାର୍ଯ୍ୟକୁ ବାଦ ଦିଆଯାଇଛି । କୋଶଲ ମହାବନ୍ଦକୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି । ବିଭିନ୍ନ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି କୋଶଲ ମହାବନ୍ଦରେ ସାମିଲ ହୋଇଛନ୍ତି । ସବୁବେଳେ କୋଶଲ ଅଞ୍ଚଳ ପ୍ରତି ହେଉଥିବା ବୈମାତୃକ ମନୋଭାବ ଏବଂ ଅନ୍ୟାୟ ବିରୁଦ୍ଧରେ ପଶ୍ଚିମ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ଦାବୀରେ ବନ୍ଦ ପାଳନ କରାଯାଇଛି । ଏହାର ପ୍ରଭାବ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା, ସିନ୍ଧେକେଲା, ଭାଲୁମୁଣ୍ଡା, କପିଲାଭଟାରେ ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ବଙ୍ଗୋମୁଣ୍ଡା ବ୍ଲକ କୋଶଲ ଯୁବ ଶକ୍ତି ସଂଗଠନ ସଭାପତି କେଦାର ଭୋଇ, ପଶ୍ଚିମ ଓଡିଶା ଯୁବା ମଞ୍ଚର ସଭାପତି ଜୟନ୍ତ ସାହୁ, ଗରିବ ସେନା ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଦିନେଶ ତାଣ୍ଡି, ଯୁବରାଜ ମାଝୀ, ରାଜୁ ହାତୀ, ଘନଶ୍ୟାମ ମନହୀରା, ରେଣୁରଞ୍ଜନ ବାଗ, ଆଲୋକ ସାହୁ, କେକେ ସିଂ ଭୋଇ, ଅନନ୍ତ ବାଗ, ପ୍ରକାଶ ରଣା, ଧନେଶ୍ୱର ମାଝୀ, ନୀଳକଣ୍ଠ ବାରିକ, ସତ୍ୟ ରଣା, ଶଶୀକପୁର ମହାନନ୍ଦ, ଉତ୍ତରା ବାଗ, ପବିତ୍ର ଯାନୀ, ପ୍ରସନ୍ନ ବାରିକ, ପ୍ରମୁଖଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଛି ।

jittmm
Leave A Reply

Your email address will not be published.