ଗୁଦେରପାଲିରେ ୮ଘଣ୍ଟିଆ ବନ୍ଦ : ଅଖଚକ ସବୁ ଠପ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକର ବିଭିନ୍ନ ସ୍ଥାନରେ ମମିତା ମେହେର ହତ୍ୟା ଓ ତୋରାର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁର ସିବିଆଇ ତଦନ୍ତ ଦାବୀକରି ବନ୍ଦ ପାଳିତ ହୋଇଯାଇଛି । ଗୁଦେରପାଲି ମଣ୍ଡଳର ତାଲପାଲି, ଗୁଦେରପାଲି ଏବଂ କେର୍ମେଲି ଚାରିଛକଠାରେ ଗାଇସିଲାଟ ମଣ୍ଡଳର ଗାଇସିଲାଟଠାରେ ବନ୍ଦ ପାଳିତ ହୋଇଯାଇଛି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ସହ ବହିଷ୍କାର ଦାବୀ କରିଛି ବିଜେପି । ବିଭିନ୍ନ ସ୍ଥାନରେ ବରଗଡ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ମଦନ ଦୀପ, ବରଗଡ ଲୋକସଭା ସାଂସଦ ପ୍ରତିନିଧି ପ୍ରବିଣ ପାଣିଗ୍ରାହୀ, ଜିଲ୍ଲାପରିଷଦ ସଦସ୍ୟା ସସ୍ମିତା ଡନସନା, ଜିଲ୍ଲା କମିଟି ସଦସ୍ୟ ବିନାୟକ ପ୍ରସାଦ ଗୁରୁ, ଜିଲ୍ଲା କିସାନ ମୋର୍ଚ୍ଚା ଉପସଭାପତି ଘନଶ୍ୟାମ ସାହୁ, ଗୁଦେରପାଲି ମଣ୍ଡଳ ସଭାପତି ବିପିନ ବିହାରି ସାହୁ, ଗାଇସିଲାଟ ମଣ୍ଡଳ ସଭାପତି ଆନନ୍ଦ ମଟାରି, ବରିଷ୍ଟ କାର୍ଯ୍ୟକର୍ତ୍ତା ଝସକେତନ ସାହୁ, ଅନିଳ ବାଗ, ଭରବାନ ପୁଟେଲ, ଝସକେତନ ପଧାନଙ୍କ ନେତୃତ୍ୱ ନେଇଥିଲେ ସମସ୍ତ ବିଜେପି କର୍ମକର୍ତ୍ତା ସାମିଲ ହୋଇଥିଲେ । ଜରୁରୀ କାଳୀନ ସେବାକୁ ଛାଡି ସମସ୍ତ ଦୋକାନ ବଜାର ସହ ଗାଡି ମଟର ଚଳାଚଳ ଠପ୍ ହୋଇଯାଇଛି ।

jittmm
Leave A Reply

Your email address will not be published.