ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହ ଗୋବିନ୍ଦ କୁମ୍ଭାର ହାଜତରେ ମୃତ୍ୟୁ ଘଟଣାର ସଂପୃକ୍ତ ପୋଲିସ ବିରୋଧରେ ଦୃଢ ପଦକ୍ଷେପ ଦାବୀରେ ପାଇକମାଲ ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମମିତା ମେହେର ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ସହ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିସ୍କାର ଦାବୀ ସହ ବରଗଡ ହାଜତରେ ପୋଲିସ ମାଡରେ ମୃତ୍ୟୁ ବରଣ କରିଥିବା ସଂପୃକ୍ତ ପୋଲିସ ବିରୋଧରେ ଦୃଢ ପଦକ୍ଷେପ ନେବା ଦାବୀରେ ଭାରତୀୟ ଜନତା ପାର୍ଟିର ବରଗଡ ଜିଲ୍ଲା ବନ୍ଦ ଆନ୍ଦୋଳନ ପାଇକମାଲ, ମାଣ୍ଡୋସିଲ, ଝାରବନ୍ଧରେ ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଗୁଡିକ ସଂପୂର୍ଣ୍ଣ ବନ୍ଦ ହେବା ସହ ସକାଳ ୬ ଘଣ୍ଟାରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ପଦ୍ମପୁର- ନୁଆପଡା ରାଜ୍ୟ ରାଜପଥରେ ଗାଡି ମୋଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଥିଲା । ବନ୍ଦ ଆନ୍ଦୋଳନରେ ଜନ ସାଧାରଣ, ବ୍ୟବସାୟୀ ପ୍ରତିଷ୍ଠାନ ସମସ୍ତେ ସାମିଲ ହୋଇଥିବାରୁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ସମସ୍ତ ଥାନା ଘେରାଉ ହେବ ବୋଲି ସୂଚନା ଦେଇଛନ୍ତି । ପାଇକମାଲଠାରେ ବିଜେପି କାର୍ଯ୍ୟକର୍ତ୍ତା ସର୍ବ କୈଳାସ ଦିଶ୍ରୀ, ବଲରାମ ସାହୁ, ହାଡୁ ସାହୁ, ରାଜକିଶୋର ସାହୁ, ପୁରୁଷୋତ୍ତମ ନାଏକ, ଶୁଶାନ୍ତ ନାଗ, ରମଲା ଲୁହାର, ସୁବାଷିନୀ ପ୍ରଧାନ, ରୋଶନ ପାଣିଗ୍ରାହୀ, ପୁରନ୍ଦର ସାହୁ, ପିତବାସ ସାହୁ, ଦିବ୍ୟ ହଂସ, ଯୋଗିନ୍ଦ୍ର ଭୋଇ, ରାଜ ମହମ୍ମଦ, ଇନ୍ଦ୍ରଜିତ ଭୋଇ, ଶୁକଦେବ ପ୍ରଧାନ, ଶଶିଧର ସାହୁ, ମନୋଜ କୁମାର, ରାଜେନ୍ଦ୍ର ସେଠ ସକାଳ ୬ ଘଣ୍ଟାରୁ ପିକେଟିଂ ଆରମ୍ଭ କରିଥିଲେ । ମାଣ୍ଡୋସିଲଠାରେ ସର୍ବଶ୍ରୀ ସଂଜୟ ବେହେରା, ମଙ୍ଗନ ବରିହା, ନରୋତ୍ତମ ଦାଶ, ଜୟସିଂ ମାଝୀ, ବୀରକିଶୋର ନନ୍ଦ, ଗୋକୁଳ ବେହେରା, ବିରଞ୍ଚି ବେହେରା, ବେଣୁଧର ବେହେରା, ଦୁଃଶାସନ କୁମ୍ଭାର, ସୁବାଷ ହଂସ, କୈଳାସ ଦାସ, କୁଲମଣି ବେହେରା ଆଦି ମାଣ୍ଡୋସିଲଠାରେ ପିକେଟିଂ କରିବା ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଅପରାହ୍ନ ୨ଟାରେ ପାଇକମାଲ ଛକଠାରେ ବିଜେପି ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଓ ମାଣ୍ଡୋସିଲ ଛକରେ ହରିଜନ ମୋର୍ଚ୍ଚାର ଜିଲ୍ଲା ସାଧାରଣ ସମ୍ପାଦକ ଲଲିତ ଜଗତଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭାରେ ଅନୁଷ୍ଠିତ ହୋଇ ରାଜ୍ୟ ସରକାର ଏହି ଘଟଣାରେ ଗୃହମନ୍ତ୍ରୀଙ୍କୁ ଯେଭଳି ସୁରକ୍ଷା ଦେଉଛନ୍ତି ତାକୁ ନିନ୍ଦା କରାଯାଇଥିଲା । ଗୃହମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରାନଗଲେ ଓ ଗୋବିନ୍ଦ କୁମ୍ଭାରଙ୍କୁ ମାଡ ମାରିଥିବା ପୋଲିସ ବିରୋଧରେ ପଦକ୍ଷେପ ନିଆନଗଲେ ଆଗାମୀ ଦିନ ଆଉ ଦୁର୍ବାର ଆନ୍ଦୋଳନ ପାଇଁ ବିଜେପି କାର୍ଯ୍ୟକର୍ତ୍ତାମାନେ ଶପଥ ନେଇଥିଲେ ।

Leave A Reply

Your email address will not be published.