ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଘଟଣାରେ କଂଗ୍ରେସର କନ୍ଧମାଳ ଜିଲ୍ଲା ବନ୍ଦ ଡାକରା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କନ୍ଧମାଳ ଜିଲ୍ଲା କଂଗ୍ରେସ । ଏହାର ପ୍ରତିବାଦରେ ଆସନ୍ତା ୧୭ ତାରିଖ ଗୁରୁବାର କନ୍ଧମାଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ରାଜ୍ୟରେ ନାରୀ ନିର୍ଯ୍ୟାତନା ସୀମା ଅତିକ୍ରମ କରିଛି । ଏଭଳି ଘଟଣା ସାରା ଦେଶରେ ଓଡିଶାକୁ ନିନ୍ଦିତ କରିଛି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା କଂଗ୍ରେସ ସଂଯୋଜକ ଚନ୍ଦ୍ର ଶେଖର ପରିଡା । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ପରାମର୍ଶ କ୍ରମେ ଆସନ୍ତା ୧୭ ତାରିଖରେ ଦଳ ପକ୍ଷରୁ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ଏଥିରେ ସହଯୋଗ କରିବା ପାଇଁ ସେ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ବସ, ଟ୍ରକ, ଅଟୋ ରିକ୍ସା, ଟ୍ୟାକ୍ସି ଆସୋସିଏସନ, ବଣିକ ସଂଘ ଓ ନାଗରିକ ସମାଜର ସମସ୍ତ କର୍ମକର୍ତ୍ତାମାନଙ୍କୁ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.