ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀରେ କଂଟାବାଂଜି ବନ୍ଦ ସଫଳ

  • ଦୋକାନ ବଜାର, ଚକଅଖ, ସରକାରୀ କାର୍ଯ୍ୟାଳୟ ଠପ୍‌
  • ସ୍ୱାଭାବିକ ରେଳଚଳାଚଳ ଏବଂ ଜରୁରୀକାଳୀନ ସେବା

କଂଟାବାଂଜି, (ଗୁରୁଦୟାଲ ହଂସ) : ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀକୁ ନେଇ କୋଶଲ ମୁକ୍ତି ମୋର୍ଚ୍ଚାର ଆହ୍ୱାନ କ୍ରମେ କଂଟାବାଂଜିରେ ମଧ୍ୟ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ସକାଳ ସାଢେ ଛଅଟାରୁ ଆରମ୍ଭ ହୋଇଥିଲା । କୋଶଲ ମୁକ୍ତି ମୋର୍ଚ୍ଚାର ଆହ୍ୱାନକୁ ସମର୍ଥନ ଜଣାଇ କଂଟାବାଂଜି ସହରର ଅନେକ ଅନୁଷ୍ଠାନ ବନ୍ଦ ଡାକରାରେ ସାମିଲ ହୋଇଥିଲେ । ସହରର ମୁଖ୍ୟ ସଡକ ବଲାଙ୍ଗିର କଂଟାବାଂଜି ରାଜ୍ୟ ରାଜପଥ ନଂ.୪୨ର ଇଂଦିରା ଛକ, ପର୍ଶୁରାମ ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା । ଏପରିକି ଷ୍ଟେସନ ରୋଡ ବଙ୍ଗୋମୁଣ୍ଡା ରେଳ ଫାଟକରୁ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡ ନିକଟରେ ରାଜେନ୍ଦ୍ର କ୍ଲବ ସିଙ୍ଗାଲପଡା ଦ୍ୱାରା ଏବଂ ତହସିଲ ଅଫିସ ଛକ କଂଟାବାଂଜି-ତୁରେକେଲା ପିଡବ୍ଲୁ ଡି ରାସ୍ତା ଟାୟାର ଜାଳି ଅବରୋଧ କରାଯାଇଛି । ସହରର ସମସ୍ତ ମୁଖ୍ୟ ସଡକକୁ କୋଶଲ ମୁକ୍ତି ମୋର୍ଚ୍ଚାର ଯୁବକମାନେ ବିଭିନ୍ନ ନାରାବାଜି ଦେଇ ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ପୋଲିସ ସାଢେ ଛଅଟାରୁ ପେଟ୍ରୋଲିଂଗ ଜରିଆରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରୁଥିବା ବେଳେ ତହସିଲଦାର ତଥା ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟ ରତନ ଲାଲ ମୁଣ୍ଡା ମଧ୍ୟ ପଟ୍ରୋଲିଂଗ କରି ତଦାରଖ ଜାରି ରଖିଛନ୍ତି । ସହରର ଅନେକ ଅନୁଷ୍ଠାନ ମଧ୍ୟରେ ଏଲ୍‌.ଡି.ଏ. ସଭାପତି ଭଜ ସିପକାଙ୍କ ନେତୃତ୍ୱରେ ଅଣ୍ଡର ଗ୍ରାଉଣ୍ଡ ରାସ୍ତାକୁସିଲ କରିଥିବାରୁ ଯାତାୟତ ସଂପୂର୍ଣ୍ଣ ଠଫ ହୋଇଛି । ସେହିପରି ଷ୍ଟେସନ ରୋଡ ମଧ୍ୟ ଠପ୍‌ ହୋଇଛି । ସହରରେ ଦୁଇ ଚକିଆ ଯାନ ଯାତାୟତ ମଧ୍ୟ ସଂପୂଣ୍ଣ ବନ୍ଦ ରହିଛି । ସ୍ଥାନୀୟ ରେଲବାଇ ଷ୍ଟେସନ ଅଂଚଳରେ କୌଣସି ପ୍ରଭାବ ପଡି ନ ଥିବା ବେଳେ ରେଳ ଚଳାଚଳ ସ୍ୱଭାବିକ ରହିଛି । ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ଅଫିସ, କୋର୍ଟ କଚେରୀ ବନ୍ଦ ରହିଛି । ଏହି ଖବର ଲେଖିବା ମଧ୍ୟରେ କୌଣସି ଅପ୍ରିତିକର ଘଟଣା ଘଟି ନ ଥିବା ବେଳେ ପୋଲିସ ଏବଂ ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟଙ୍କ ସହରର ସମସ୍ତ ଗଳିକନ୍ଦି ପଟ୍ରୋଲିଂଗ କରି ଆଇନ ଶୃଙ୍ଖଲା ନିୟନ୍ତ୍ରଣ କରୁଛନ୍ତି ।

Leave A Reply

Your email address will not be published.