ଆଜି ୧୨ ଘଣ୍ଟିଆ ତୁଷୁରା ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୧୨ ଘଣ୍ଟିଆ ତୁଷୁରା ବନ୍ଦ । ବଲାଙ୍ଗିର ଜିଲ୍ଲା ତୁଷୁରା ଡାକ୍ତରଖାନାରେ ଡାକ୍ତର ସମସ୍ୟା ନେଇ ତୁଷୁରା ୟୁଥ୍‌ ଏକ୍ସନ କମିଟି ପକ୍ଷରୁ ବନ୍ଦ କରାଯାଇଛି । ବନ୍ଦ ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ଏବଂ ଗାଡି ଚଳାଚଳ ବନ୍ଦ ରହିଛି । ସୂଚନା ଅନୁସାରେ, ତୁଷୁରା ଡାକ୍ତରଖାନାରେ ଡାକ୍ତର ସମସ୍ୟା ଯୋଗୁଁ ରୋଗୀ ସେବାରେ ବାଧାପ୍ରାପ୍ତ ହେବା ସହ ରାତ୍ରୀକାଳୀନ ମେଡିକାଲ ସେବା ନଥିବାରୁ ନାନା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ । ଏଥିସହ ତୁଷୁରା ଏନଏସି ହେବାକୁ ୮ବର୍ଷ ବିତିଯାଇଥିବା ସତ୍ତ୍ୱେ ଏଠାରେ କୌଣସି ଉନ୍ନତି ହୋଇନଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବା ନେଇ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.