ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଏକ ସାମୁହିକ ବୃକ୍ଷ ରୋପଣ(ବନମହୋତ୍ସବ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମକୁନ୍ଦପୁର ଗ୍ରାମପଞ୍ଚାୟତ ଓ ବନବିଭାଗର ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ, ସମ୍ମାନୀତ ଅତିଥି ଭାବରେ ଭୀମପାହାଡ ମହୋତ୍ସବ କମିଟିର ଅଧ୍ୟକ୍ଷ ବରିଷ୍ଠନେତା ଲକ୍ଷ୍ମଣକୁମାର ମେହେର, ଜିଲ୍ଲାପରିଷଦ ସଭ୍ୟା ସୁମତି ସେଠ, ମମତା କୁମୁରା, ମକୁନ୍ଦପୁର ସରପଞ୍ଚ ଜାନକୀ ସାହୁ, ସମିତିସଭ୍ୟ ଅଭିମନ୍ୟୁ ମାଝୀ, ଭୀମବୁଢା ମନ୍ଦିରର ପୂଜକ ସମାଜର ହଳଧର କୁଅଁର, ବଲାଙ୍ଗିର ରେଞ୍ଜର କେଶବ କିଶୋର ନାୟକ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଅତିଥିଗଣ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀର ପ୍ରାକୃତିକ ପରିବେଶ ସୁରକ୍ଷା କରିବାୟ, ପରିବେଶକୁ ପଲିଥିନମୁକ୍ତ କରିବା ଓ ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଉପସ୍ଥିତ ଲୋକଙ୍କୁ କହିଥିଲେ । ଏହି ପର୍ଯ୍ୟଟନସ୍ଥଳୀରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛନ୍ତି । ରାଜ୍ୟସରକାର ଏହି ପର୍ଯ୍ୟଟନସ୍ଥଳୀକୁ ଗୁରୁତ୍ୱ ମଧ୍ୟ ଦେଉଛନ୍ତି । ଜଙ୍ଗଲସୁରକ୍ଷା କମିଟି ଓ ବନବିଭାଗ ଜଙ୍ଗଲସୁରକ୍ଷା କରାଉଛନ୍ତି । ତେବେ ଏଠାରେ କିଛି ଫଳବୃକ୍ଷର ଆବଶ୍ୟକତା ରହିଥିଲା । ପାହାଡତଳେ ଶତାଧିକ ସଂଖ୍ୟାରେ ଫଳବୃକ୍ଷ ରୋପଣ କରାଯାଇଛି ବୋଲି ବଲାଙ୍ଗିର ରେଞ୍ଜଅଫିସର କେଶବକିଶୋର ନାୟକ ସୂଚନା ଦେଇଥିଲେ । ଆଗାମୀ ଦିନରେ ଏହି ପର୍ଯ୍ୟଟନସ୍ଥଳୀକୁ ସଂଯୋଗ ହେଉଥିବା ସମସ୍ତ ରାସ୍ତାରେ ମଧ୍ୟ ବୃକ୍ଷରୋପଣ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ସରପଞ୍ଚ ଜାନକୀ ସାହୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ଜେନା ରାଉତ, ବ୍ୟାସଦେବ ସାହୁ, ଫରେଷ୍ଟଗାର୍ଡଗଣ, ମହୋତ୍ସବ କମିଟିର ସଂପାଦକ ଗୋବର୍ଦ୍ଧନ ସାହୁ, ନନ୍ଦିକିଶୋର ନାଏକ, ଭୀମଡୁଙ୍ଗୁରୀ ଭିଏସ୍‌ଏସ୍‌ ସଭାପତି ବୀରବର କୁଅଁର, ମାଁ ଦୁର୍ଗା ଏସ୍‌ଏଚ୍‌ଜି ଥାଲବନ୍ଦର ଲବଣୀ ସାହୁ, ସଂପାଦିକା ସୁରେଖା ପଟେଲ, ମିଶନଶକ୍ତି ମହାସଂଘର ସଭାପତି ଭୂମୀସୁତା ସାହୁ, ସଂପାଦିକା ପ୍ରଭାସିନୀ ପଟେଲ, ଏମ୍‌ବିକେ ଭୂମୀସୁତା ମାଝୀ, ମେହେର ପଧାନ, ସୁଦାମ ପଧାନ, ବିରଞ୍ଚି ପଧାନ, ଦୟା ମହାକୁର, ୱାର୍ଡସଭ୍ୟ କିଶୋର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶତାଧିକ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ସ୍ଥାନୀୟ ଲୋକମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.