ଲୋୟର ସୁକତେଲ ଡ୍ୟାମ ସ୍ଥଳରେ ମା’ ବନଦୁର୍ଗାଙ୍କ ଦଶହରା ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଡ୍ୟାମ ପାଶ୍ୱର୍ରେ ପୂଜା ପାଉଛନ୍ତି ମା’ ବନଦୁର୍ଗା । ବିଭିନ୍ନ ଗ୍ରାମଦେବୀ ବିସ୍ଥାପିତ ହୋଇଥିଲେ ମଧ୍ୟ ଲୋୟର ସୁକତେଲ ଡ୍ୟାମ ତଳେ ପୂଜା ପାଉଛନ୍ତି ମା’ ବନଦୁର୍ଗା । ସବୁ ବର୍ଷ ପରି ଏବର୍ଷ ଦଶହରା ପୂଜା ଆୟୋଜିତ ହୋଇଛି । ସୂଚନାଯୋଗ୍ୟ ଯେ, ଏହି ମନ୍ଦିର ୨୦୦୧ ମସିହାରେ ଲୋୟର ସୁକତେଲ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେବାକୁ ଥିବା ଅଧିବାସୀ ସ୍ଥାପନ କରିଥିଲେ ଏବଂ ବନଦୁର୍ଗା ମା’ଙ୍କ ଉପରେ ଅଗାଢ ବିଶ୍ୱାସ ରଖି ପୂଜା ପର୍ବ, ଆଶ୍ୱିନ ମାସ ଏବଂ ଚୈତ୍ର ମାସରେ ବିଶେଷ ଭାବେ ପାଳନ କରିଆସୁଛନ୍ତି । ଆଜି ସେହି ଅଧିବାସୀମାନେ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇସାରିଛନ୍ତି ତଥାପି ଯିଏ ଯେଉଠି ବି ଥାଆନ୍ତୁ ସମସ୍ତେ ଏହି ପାର୍ବଣ ସମୟରେ ଏକତ୍ରିତ ହୋଇ ବନଦୁର୍ଗାଙ୍କ ପୂଜା କରୁଛନ୍ତି । ବନଦୁର୍ଗା ମହୋତ୍ସବ କମିଟି ସଭାପତି ସଂଜୟ ଗଡତ୍ୟା, ଉପ-ସଭାପତି କୈଳାସ ଚନ୍ଦ୍ର ସିଂଦେଓ, ସଂପାଦକ ଜୟକୃଷ୍ଣ ମିଶ୍ର, ସହ-ସଂପାଦକ ବିକାଶ ରଂଜନ ରଥ, ସତ୍ୟ ବନଛୋର, ନରେନ୍ଦ୍ର ବିଶି, ଅଜୟ ଗଡତ୍ୟା ପ୍ରମୁଖ ଆୟୋଜନ କରିଥିଲେ । ପୂଜା କାର୍ଯ୍ୟ ଗହଲ ବରିହା ଓ ଚହଲ ବରିହା ପରିଚାଳନା କରିଥିଲେ ।

Leave A Reply

Your email address will not be published.