ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ବନବାସୀ କଲ୍ୟାଣ ଆଶ୍ରମର ଏକ ଶିକ୍ଷା କେନ୍ଦ୍ର ଚାଲିଛି । ଛୋଟ ଛୋଟ ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ସାରିବା ପରେ ପ୍ରତ୍ୟେକ ଦିନ କିଛି ନୀତିଶିକ୍ଷା ଦିଆଯାଇଥାଏ । ଏହି ଅବସରରେ ତାଙ୍କୁ ଉତ୍ସାହିତ କରିବା ପାଇଁ ଆଜି ସ୍କୁଲ ବ୍ୟାଗ୍, ଖାତା, କଲମ ଆଦି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟେମରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଦିଲ୍ଲୀପ କୁମାର ବେହେରା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମହିଳା ପ୍ରମୁଖ ଅମ୍ବିକା ଭୋଇ, ସଦସ୍ୟା ଟିକେଶ୍ୱରୀ ଦେବତା, ଗ୍ରାମର ଭଦ୍ରବ୍ୟକ୍ତି ରମେଶ ବରିହା, ଶିକ୍ଷାକେନ୍ଦ୍ରର ଆଚାର୍ଯ୍ୟାକ୍ଷ ସସ୍ମିତା ସାହୁ ଓ ପଦ୍ମିନୀ ସାହୁ ଉପସ୍ଥିତ ଥିଲେ ।