oom

ବଲାଙ୍ଗିର ନାଗରିକ କମିଟିର ବନ ମହୋତ୍ସବ ପାଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟି ଦ୍ୱାରା ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖସ୍ଥ ଗାନ୍ଧୀ ଷ୍ଟାଡିୟମ ପାଶ୍ୱର୍ରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି । ଆଗ୍ରହୀ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କୁ ଘରେ ଲଗାଇବା ପାଇଁ ନାଗରିକ କମିଟିର ସଭାପତି ଡ. ଶ୍ରୀକର ମିଶ୍ର ଚାରା ବଣ୍ଟନ କରିଥିଲେ । ସ୍ଥାନୀୟ ବନ ବିଭାଗରୁ ଚିନ୍ମୟ କୁମାର ପ୍ରଧାନଙ୍କ ସହିତ ବନ ବିଭାଗର କର୍ମଚାରୀମାନେ ଆସି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ନାଗରିକ କମିଟିର ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର, ସାଧାରଣ ସଂପାଦକ ମଧୁସୁଦନ ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଫେସର ତରୁଣ କୁମାର ମିଶ୍ର, ଶରତ କୁମାର ମହାକୁର, ଋତୁରାଜ ସିଂ, ଡ. ପ୍ରମୋଦ କୁମାର ମିଶ୍ର, ଗୋପବନ୍ଧୁ ପୁରୋହିତ, ସଦସ୍ୟ ପର୍ଶୁରାମ ନାୟକ, ବସୁଦେବ ନାଗ, ବିମଳ ଚକ୍ରବର୍ତ୍ତୀ, ବସୁଦେବ ନାଥଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଭବିଷ୍ୟତରେ ବଲାଙ୍ଗିର ଆର୍ଯ୍ୟ ମନ୍ଦିର ପରିସର ଓ ବଲାଙ୍ଗିର ବ୍ରାହ୍ମଣ ସମାଜ ଦ୍ୱାରା ନିରୁପିତ ସ୍ଥାନରେ ବୃକ୍ଷରୋପଣ ପାଇଁ ବଲାଙ୍ଗିର ନାଗରିକ କମିଟି ଯୋଜନା କରିଛି ।

jittmm
Leave A Reply

Your email address will not be published.