ବନଖଣ୍ଡ ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ବଲାଙ୍ଗିର କେନ୍ଦୁପତ୍ର ସର୍କଲର ସିସିଏଫ୍‌ ହର୍ଷବର୍ଦ୍ଧନ ଉଦ୍‌ଗାତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ନାଏକ, ବଲାଙ୍ଗିର ବନଖଣ୍ଡ ଅଧିକାରୀ ନୀତିଶ କୁମାର, ବଲାଙ୍ଗିର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ରଞ୍ଜିତ ମଲ୍ଲିକ ଓ ଓଡିଶା ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଶ୍ରୀମତୀ ବବିତା ସିଂ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରୁ ଟାଉନ ବାଳିକା ହାଇସ୍କୁଲରୁ ହେଡ଼ ମାଷ୍ଟର ନରେନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ ଶିକ୍ଷୟତ୍ରୀ ଓ ଛାତ୍ରୀମାନେ ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ସାଇକେଲ ଶୋଭାଯାତ୍ରାରେ ବାହାରି ସଭା ସ୍ଥଳରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଡାହିମାଳ ବନ ସୁରକ୍ଷା ସମିତି, ବନବାହାଲ ବନ ସୁରକ୍ଷା ସମିତି ଓ କନ୍ଦରାଭଟା ବନ ସୁରକ୍ଷା ସମିତିଙ୍କୁ ବିଜୁପଟ୍ଟନାୟକ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ପୁରସ୍କାରରେ ଅଳଙ୍କୃତ କରାଯାଇଥିଲା ଏବଂ ୧୦ ଜଣ ବନ କର୍ମଚାରୀଙ୍କୁ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ପାଇଁ ପୁରସ୍କୃତ କରାଗଲା । ଅର୍ଜୁନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ, ଏସିଏଫ୍‌ ଅଜିତ ବିଶି ଧନ୍ୟବାଦ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍‌ ଜିତେନ୍ଦ୍ର ସାହୁ, ଏସିଏଫ୍‌ ଘନଶ୍ୟାମ ମହନ୍ତ, ବଲାଙ୍ଗିର ରେଞ୍ଜ ଅଫିସର କେଶବ କିଶୋର ନାୟକ, ବଲାଙ୍ଗିର ରେଞ୍ଜର କର୍ମଚାରୀ ବୃନ୍ଦ, ବଲାଙ୍ଗିର ବନଖଣ୍ଡର ସମସ୍ତ କର୍ମଚାରୀ, ଟାଉନ ସରକାରୀ ବାଳିକା ହାଇସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରୀଗଣ ଉପସ୍ଥିତ ଥିଲେ । ସଭା ପରିଶେଷରେ ନୂତନ ବନଖଣ୍ଡ ଅଫିସ ପରିସରରେ ସମ୍ମାନିତ ଅତିଥିଙ୍କ ଗହଣରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.