oom

ବଲାଙ୍ଗିର ବନ ବିଭାଗ ପକ୍ଷରୁ ସମଲେଶ୍ୱରୀ ଫର୍ଣ୍ଣିଚର ଦୋକାନ ଉପରେ ଚଢ଼ାଉ : ୧୫ଟି ଅର୍ଦ୍ଧନିର୍ମିତ ପଲଙ୍କ ସହ କାଠପଟା ଜବତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚନ୍ଦ୍ରଶେଖର ନଗର ସ୍ଥିତ ସମଲେଶ୍ୱରୀ ଫର୍ଣ୍ଣିଚର ଦୋକାନ ଉପରେ ବଲାଙ୍ଗିର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୫ଟି ଅର୍ଦ୍ଧ ନିର୍ମିତ ପଲଙ୍କ ସହ କାଠପଟା ଜବତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ବନ ବିଭାଗର ଏସିଏଫ୍‌ ରାଜୁ ବେହେରାଙ୍କ ନେତୃତ୍ତ୍ୱରେ ଚନ୍ଦ୍ରଶେଖର ନଗର ସ୍ଥିତ ସମଲେଶ୍ୱରୀ ଫର୍ଣ୍ଣିର୍ଚର ଦୋକାନ ଉପରେ ଚଢ଼ାଉ କରି ୧୫ଟି ଅର୍ଦ୍ଧ ନିର୍ମିତ ପଲଙ୍କ ସହ କାଠପଟା ଜବତ ହୋଇଥିବା ବେଳେ ଏହି ଚଢ଼ାଉରେ ବଲାଙ୍ଗିର ବନ ବିଭାଗର ମୋବାଇଲ ଟିମ୍‌ ଫରେଷ୍ଟର ସୁନୀଲ ମିଶ୍ର ଏବଂ ରେଞ୍ଜ ଅଫିସର ଫରେଷ୍ଟର ବ୍ୟାସଦେବ ସାହୁ ପ୍ରମୁଖ ସାମିଲ ଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.