ଛାତ୍ରଙ୍କ ନାଁରେ ୩୮କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି ବୋଲି ଖବର ମଳିଛି । ମିଳିଥିବା ସୂଚନାନୁସାରେ, ଷ୍ଟାର ବିଲେଟ କମ୍ପାନୀ ଖୋଲି ୩୮କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି । ଛାତ୍ର ଜଣଙ୍କ ହେଉଛନ୍ତି ବଲାଙ୍ଗୀର ଅଞ୍ଚଳର ଏବଂ ସେ ରାଉରକେଲା ଜଗଦା ଅଞ୍ଚଳର ରହି ପାଠ ପଢିବା ସହ ଟ୍ୟୁସନ କରନ୍ତି । ତେବେ ବଲାଙ୍ଗୀରରେ ତାଙ୍କର କାଗଜ ପତ୍ର ନେଇ କେହି ଫେକ କମ୍ପାନୀ ଖୋଲିଥିବା ଜଣାପଡିଛି । ରାଜ୍ୟ ଜିଏଷ୍ଟି ବିଭାଗ ତରଫରୁ ରାଉରକେଲା ଏବଂ ବଲାଙ୍ଗୀରରେ ଘଟଣାର ତଦନ୍ତ ଜାରି ରହିଥିବା ଜଣାପଡିଛି ।

Leave A Reply

Your email address will not be published.