oom

କେନ୍ଦ୍ରମନ୍ତ୍ରୀଙ୍କୁ ମାହେଶ୍ୱରୀ ସଂଗଠନ ପକ୍ଷରୁ ଦାବୀପତ୍ର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ଇନଡୋର ଷ୍ଟାଡିୟମ ଉଦ୍‌ଘାଟନୀ ଉତ୍ସବ ଅବସରରେ ବଲାଙ୍ଗିର ଗସ୍ତରେ ଆସିଥିବା ଭାରତ ସରକାରଙ୍କ ମାନ୍ୟବର ଶିକ୍ଷା ତଥା କୌଶଳ ବିକାଶ ଓ ଉଦ୍ୟମଶିଳତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲାର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଏକ ପ୍ରତିନିଧି ଦଳ ସ୍ଥାନୀୟ ସର୍କିଟ ହାଉସରେ ସାକ୍ଷାତ କରି ସାମଗ୍ରିକ ହିତ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସହିତ ଜିଲ୍ଲାର ଅନେକ ମହାବିଦ୍ୟାଳୟମାନଙ୍କରେ ଖାଲି ପଡିଥିବା ଅଧ୍ୟାପକ ପଦ ନିଯୁକ୍ତି ଏବଂ ବେରୋଜଗାର ଯୁବ ଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ କୌଶଳ ବିକାଶ ଯୋଜନା ମାଧ୍ୟମରେ କିଛି ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ ବିଶେଷ ଭାବେ ଦାବୀପତ୍ରରେ ଉଲ୍ଲେଖ କରାଯାଇଥିବା ଅନୁଷ୍ଠାନର ପ୍ରବନ୍ଧ ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ଜଣାଇଛନ୍ତି । ଅଙ୍କୁଶ ପାଣ୍ଡିଆ ସହ ଅପ୍ରମିତ ପରିଚ୍ଛା, ଶୋଭନ ଅଗ୍ରୱାଲ, ସୌମ୍ୟରଞ୍ଜନ ପଣ୍ଡା, ଶିବ ପ୍ରସାଦ ମିଶ୍ର ପ୍ରମୁଖ ସାକ୍ଷାତ କରିଥିଲେ । ବଲାଙ୍ଗିର ଯୁବ ଗୋଷ୍ଠୀଙ୍କ ସମାଜ ସଂସ୍କାର କାର୍ଯ୍ୟକ୍ରମ ମାନଙ୍କ ବିଷୟରେ ମନ୍ତ୍ରୀ ଅବଗତ ଥିବା କହି ବେଶ ପ୍ରଶଂସା କରିବା ସହ ଦାବୀଗୁଡିକ ବିଷୟରେ ନିଶ୍ଚିତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ।

jittmm
Leave A Reply

Your email address will not be published.