ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଶିକ୍ଷକ ନିଲମ୍ବିତ ହେବେ, ନିର୍ଦ୍ଦେଶ ଦେଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଶିକ୍ଷକଙ୍କୁ ନିଲମ୍ବିତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ଚଂଚଳ ରାଣା ନିର୍ଦ୍ଦେଶ ଦେଇଛନ୍ତି । ପୁଇଁନ୍ତଲା ବ୍ଲକ ଲୁକାପଡ଼ା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତରଣୀସେନ ପଧାନଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହେବା ପରେ ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ତଦନ୍ତ କରି ଅଭିଯୋଗର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଉପଜିଲ୍ଲାପାଳ ଶ୍ରୀ ଧରୁଆଙ୍କ ରିପୋର୍ଟ ଆଧାରରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ରାଣା ଶିକ୍ଷକ ତରଣୀସେନ ପଧାନଙ୍କୁ ନିଲମ୍ବିତ କରି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ସରକାରୀ କର୍ମଚାରୀ ହୋଇଥିବା ସତ୍ୱେ ଶିକ୍ଷକ ତରଣୀସେନ ପଧାନ ତାଙ୍କ ପତ୍ନୀ ବଲାଙ୍ଗିର ଜିଲ୍ଲା ପରିଷଦ ୧୭ ନମ୍ବର ଜୋନ୍‌ର ପ୍ରାର୍ଥିନୀ ଲିପିକା ପଧାନଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିବା ଅଭିଯୋଗ ହୋଇଥିଲା ।

jittmm
Leave A Reply

Your email address will not be published.