ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ତୁଳସୀ ନଗର ପଡ଼ାର ଝିଅ ଦୀପି ପନୁଆଁ(୨୧) ଓଡ଼ିଶା ବିୟୁଟି ଏକ୍ସପୋ ୨୦୨୦ ପ୍ରତିଯୋଗିତାରେ ବେଷ୍ଟ ବିୟୁଟି ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ହାସଲ କରି ବିଜୟୀ ହୋଇ ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଛନ୍ତି । ଫାଇନାଲ୍ ପ୍ରତିଯୋଗିତାରେ ପାରମ୍ପରିକ ପାଶ୍ଚାତ୍ ପୋଷାକ ପରିଧାନ କରି ରେମ୍ପ୍ରେ ନିଜ ପ୍ରତିଭା ଦେଖାଇ ରାଜ୍ୟର ବିଭିନ୍ନ କୋଣ ଅନୁକୋଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦୀପି ବେଷ୍ଟ ବିଜୟୀ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି ।ଏହି ପ୍ରତିଯୋଗିତାରେ ୭୦୦ ଜଣ ଭାଗ ନେଇଥିଲେ । ଦୀପିଙ୍କ ମା’ ଝନୁ ପନୁଆଁ ଓ ବାପା ସ୍ବର୍ଗତ କାର୍ତ୍ତିକ ପନୁଆଁଙ୍କ ୪ ଜଣ ପୁଅ ଝିଅ ।
ଦୀପି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ ଡିଗ୍ରୀ ମଧ୍ୟ କରିସାରିଛନ୍ତି । କିନ୍ତୁ ତାଙ୍କ ଛୋଟ ଦିନରୁ ଅନେକ ଆଗ୍ରହ, ଆଶା ରହିଥିଲା- ବଲାଙ୍ଗିର ଜିଲ୍ଲା ପାଇଁ ନା ରଖିବି । ସେ ମିସ୍ ବଲାଙ୍ଗିର ଟପ୍ ୫ ମଧ୍ୟ ହାସଲ କରିଛନ୍ତି । ଇଣ୍ଟର ନେସେନାଲ ଓଆଲଣ୍ଡ ମେକ୍ଅପ ସୋ’ ମଡେଲରେ ପ୍ରଥମ ସ୍ଥାନ ମଧ୍ୟ ହାସଲ କରିଛନ୍ତି ।ତାଙ୍କର ଅନେକ ଇଚ୍ଛା ଅଛି । ବିଭିନ୍ନ ସାସ୍କୃତିକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରି ଅନେକ ପୁରସ୍କୃତ ହୋଇଛନ୍ତି, ହେଲେ ତାଙ୍କୁ କୈ।ଣସୀ ସୁବିଧା ସୁଯୋଗ ମିଳି ପାରି ନ ଥିବା ବେଳେ ଫିଲ୍ମରେ ଅଭିନୟ କରିବାରୁ ବଞ୍ଚିତ ହୋଇଛନ୍ତି । ଛୋଟ ଦିନରୁ ଗୀତା ଗାଇବା, ଡାନ୍ସ କରିବା, ଅଭିନୟ କରିବା ଏଭଳି ଅନେକ ପ୍ରତିଭାର ଅଧିକାରିଣୀ ସେ । ତେବେ ତାଙ୍କୁ ଫିଲ୍ମରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଲେ ନିଶ୍ଚୟ କରିବେ ବୋଲି କହିଛନ୍ତି ।