centurian jitm

ବଲାଙ୍ଗିର ଭୁଲିଆ ତରଫରୁ ସମାଜ କେନ୍ଦ୍ର ବୋର୍ଡ ଗଠିତ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲାଲଟିକ୍ରା ସ୍ଥିତ ଭୁଲିଆ ଧର୍ମଶାଳା ଠାରେ ଭୁଲିଆ ମେହେର ସମାଜ ବଲାଙ୍ଗିର ତରଫରୁ ବଲାଙ୍ଗିର କେନ୍ଦ୍ର ବୋର୍ଡ ଗଠନ ସମ୍ବନ୍ଧୀୟ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୁଲିଆ ସମାଜ କେନ୍ଦ୍ର ବୋର୍ଡ, ବଲାଙ୍ଗିରର କାର୍ଯ୍ୟକର୍ତ୍ତା ଏବଂ ଏହା ଅନ୍ତର୍ଗତ ୯ଟି ଆଂଚଳିକ ବୋର୍ଡର ସଭାପତି ଓ ସଂପାଦକମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଭୁଲିଆ ମେହେର ସମାଜ ବଲାଙ୍ଗିରର ସଭାପତି ହରେକୃଷ୍ଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ରୂପେ ନିଖିଳ ଓଡିଶା ଭୁଲିଆ ସମାଜର ସଭାପତି ବୈଶମ୍ପାୟନ ମେହେର, ସମ୍ମାନୀତ ଅତିଥି ରୂପେ ନିଖିଳ ଓଡିଶା ଭୁଲିଆ ସମାଜର କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମେହେର, ନିଖିଳ ଓଡିଶା ଭୁଲିଆ ସମାଜର କୋଷାଧ୍ୟକ୍ଷ ଗୋପବନ୍ଧୁ ମେହେର, ନିଖିଳ ଓଡିଶା ଭୁଲିଆ ସମାଜର ସଂଯୋଜକ ଡ. ସୁବାଷ ମେହେର, ଭୁଲିଆ ମେହେର ସମାଜ ବଲାଙ୍ଗିରର ସଂପାଦକ ବାସୁଦେବ ମେହେର, ଭୁଲିଆ ମେହେର ସମାଜ ବଲାଙ୍ଗିରର ମୁଖ୍ୟ ଉପଦେଷ୍ଟା ଅମର ସିଂ ମେହେର, ବେଲପଡା ଭୁଲିଆ ସମାଜ କେନ୍ଦ୍ର ବୋର୍ଡର ସଭାପତି ଚୁଡାମଣି ମେହେର, ଜରାସିଂହା ଭୁଲିଆ ସମାଜ କେନ୍ଦ୍ର ବୋର୍ଡର ସଭାପତି କାମେଶ୍ୱର ମେହେର ପ୍ରମୁଖ ମଂଚାସୀନ ଥିବା ବେଳେ ଭୁଲିଆ ସମାଜର ସଂସ୍କୃତି ଇତିହାସ, ପରମ୍ପରା, ସମାଜ ସଂଗଠନ, ସମାଜ ସଂସ୍କାର ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବଲାଙ୍ଗିର କେନ୍ଦ୍ର ବୋର୍ଡର କାର୍ଯ୍ୟକାରୀ ସଭାପତି ନିମାଇଁ ଚରଣ ମେହେର, ବଲାଙ୍ଗିର କେନ୍ଦ୍ର ବୋର୍ଡର ଉପ- ସଭାପତି ଡ. ଲମ୍ବୋଧର ମେହେର, ପ୍ରଫୁଲ୍ଲ ମେହେର, ବଲାଙ୍ଗିର ଭୁଲିଆ ଧର୍ମଶାଳାର ପରିଚାଳନା କମିଟି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମେହେର ପ୍ରମୁଖ ନିଜ ନିଜ ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମଟିକୁ କେନ୍ଦ୍ର ବୋର୍ଡ ଉପଦେଷ୍ଟା ମଣ୍ଡଳି ସଦସ୍ୟ ଦେବକାନ୍ତ ମେହେର ପରିଚାଳନା କରିଥିଲେ । ପରିଶେଷରେ ଭୁଲିଆ ମେହେର ସମାଜ ବଲାଙ୍ଗିରର କୋଷାଧ୍ୟକ୍ଷ ନବୀନ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.